Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ବ ପରିବେଶ ଦିବସ ପାଳିତ

ଅସ୍ତରଙ୍ଗ : ପୁରୀ ଜିଲ୍ଲା ବନ୍ୟ ପ୍ରାଣୀ ବନଖଣ୍ଡ ଓ ଅସ୍ତରଙ୍ଗ ବନାଞ୍ଚଳ ର ମିଳିତ ସହଯୋଗ ରେ, ସୋମବାର ଦିନ ଅସ୍ତରଙ୍ଗ ବ୍ଲକ ଅଧୀନ ରାଇବେରୁଂହା ଗ୍ରାମ ସ୍ଥିତ ଏମ୍ , ଇ ସ୍କୁଲ୍ ପ୍ରାଙ୍ଗଣ ରେ ବିଶ୍ବ ବନ ଦିବସ ତଥା ଭାରତ ସରକାର ଓ ରାଜ୍ୟ ସରକାର ଙ୍କର ମିଳିତ ସାହଯୋଗରେ ଲୁଣା ଜଙ୍ଗଲ ର ଉନ୍ନତି ପାଇଁ , ମିଷ୍ଟି ପ୍ରୋଗ୍ରାମ ଶୁଭାରମ୍ଭ କରା ଯାଇ ଅଛି । ଏହି କାର୍ଯ୍ୟକ୍ରମ ରେ,୨୫୦ ଲୁଣା ଗଛ ନିକଟ ବଙ୍ଗୋପସାଗର ସଂଲଗ୍ନ ନଦୀ ପଠାରେ ଅତିଥି ମାନେ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସଫଳ ମନ୍ଦିର କରିବା ପାଇଁ ରାଜ୍ୟ କ୍ରୀଡ଼ା ଯୁବ ସେବା,ପ୍ରଯୁକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ,ଜିଲ୍ଲା ବନ ଅଧିକାରୀ ପି,ରାମ୍ କ୍ରିଷ୍ଣା ପ୍ରଭୁତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ପ୍ଲାଷ୍ଟିକ ବର୍ଜନ ଓ,ପ୍ଲାଷ୍ଟିକ ଲୁଣା ଜଙ୍ଗଲ ରେ ନ ପଡ଼ିବା,ଲୁଣା ଜଙ୍ଗଲ ର ଉନ୍ନତି ସହ ସଂରକ୍ଷଣ, ପରିବେଶ କୁ ସ୍ଵଛ ରଖିବା ସହ ବ୍ୟାପକ ବୃକ୍ଷ ରୋପଣ କରିବା ଆଦି ପାଇଁ ଲୋକ ମାନଙ୍କୁ ଆହ୍ଵାନ ଦେଇ ଥିଲେ । ଏହି ଉପଲକ୍ଷେ,ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ ର ସାତ ଜଣ ଉଦୀୟମାନ ବ୍ୟକ୍ତି ଯଥା,ଅସ୍ତରଙ୍ଗ ର ବିଷୟ ଭଟ,ଗୋପ ର ସୁବାସ ପ୍ରଧାନ,ପୁରୀ ର ବଦ୍ରି ମିଶ୍ର, ନିମାପଡ଼ା ର ସୋମନାଥ ଦାସ,ସତ୍ୟବାଦୀ ର ଗୋବିନ୍ଦ ପ୍ରଧାନ,କୃଷ୍ଣ ପ୍ରସାଦ ର କାଶୀନାଥ ନାୟକ,ଓ ରବୀନ୍ଦ୍ର ସ୍ବାଇଁ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ସହ ନଗଦ ୧୦ ହଜାର ଟଙ୍କାର ଉତ୍ସାହିତ ରାଶି,ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ବନସୁରଖ୍ୟା ସମିତି ସଭ୍ୟ,ମହିଳା ମହାସଂଘ,ସ୍କୁଲ ଛାତ୍ର ଛାତ୍ରୀ,ପରିବେଶ ବିତ୍,ଗଣମାଧ୍ୟମ ପ୍ରତିନିଧି ଆଦି ମିଶି ୫୦୦ ସଭା କର୍ମୀ ଯୋଗ ଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ,ଜିଲ୍ଲା ସହକାରୀ ବନ ଅଧକାରୀ ଉତ୍ତମ କୁମାର ଗଡନାୟକ୍,ଅସ୍ତରଙ୍ଗ ରେଞ୍ଜର ରମେଶ ଚନ୍ଦ୍ର ଯାନି,କୋଣାର୍କ ରେଞ୍ଜର ବେଣୁଧର ବେହେରା,ବ୍ରହ୍ମଗିରି ରେଞ୍ଜର ଚନ୍ଦ୍ର ଶେଖର ସାହୁ,ଅସ୍ତରଙ୍ଗ ରେଞ୍ଜ , ର ଫରେଷ୍ଟର ସବିର ସାହୁ,ବିରଜା ମହାପାତ୍ର, ରାମ୍ ଚଣ୍ଡୀ ବନ ପାଳ ତପନ କୁମାର ନାୟକ,ବାଲୁଖଣ୍ଡ ବନ ପାଳ ବବୁଲ ମଳିକ,କୋଣାର୍କ ବନ ପାଳ ରବୀନ୍ଦ୍ର ସ୍ବାଇଁ, ବ୍ରହ୍ମ ଗିରି ବନ ପାଳ ମାନସ କୁମାର ବେହେରା , ତତ୍ ସହିତ ବନରକ୍ଷୀ ଦିଲୀପ ନାୟକ,ନିର୍ମଳ ଚନ୍ଦ୍ର ପାତ୍ର,ଭାବ ଗ୍ରାହି ସେଠୀ,ସରପଞ୍ଚ କ୍ଷୀରଦୋ କାଣ୍ଡି,ଜିଲ୍ଲା ପରିଷଦ ସଭ୍ୟ ସରସ୍ଵତୀ ସ୍ବାଇଁ, ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସଫଳତା କରିଥିବାବେଳେ,ମଞ୍ଚ ପରିଚାଳନା କରିଥିଲେ ପରିବେଶ ବିତ ସୋଭାକର ବେହେରା , ଧନ୍ୟବାଦ୍ ଅର୍ପଣ କରିଥିଲେ, ଏ,ସି, ଏଫ ଉତ୍ତମ ଗଡନାୟକ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ