ଝାରସୁଗୁଡ଼ା ଗୁଜରାଟୀ ହିନ୍ଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ,ଉନ୍ନତ ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ନେଇ ଗୁଜରାଟୀ ସମାଜ ସହ ଆଲୋଚନା
ଝାରସୁଗୁଡ଼ା,୦୧/୦୯ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଝଣ୍ଡା ଚୌକ ନିକଟରେ ଥିବା ଗୁଜରାଟୀ ହିନ୍ଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆଜି ପରିଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ଚାହ୍ୱାଣ ସମଗ୍ର ବିଦ୍ୟାଳୟ କୋଠାରି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଅବସ୍ଥା ସମ୍ପର୍କରେ ତଦାରଖ କରିଥିଲେ। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ସହ ଜଡ଼ିତ ବିଭିନ୍ନ ସମସ୍ୟା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ବିଦ୍ୟାଳୟର ସାମଗ୍ରିକ ଭିତ୍ତିଭୂମି ବିକାଶ ତଥା ସ୍ଥାନୀୟ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନେଇ ଜିଲ୍ଲାପାଳ ଗୁଜରାଟୀ ସମାଜର ପ୍ରତିନିଧି ତଥା ସଦସ୍ୟ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଏକ ସୁରକ୍ଷିତ ତଥା ଉତ୍ତମ ପାଠପଢ଼ା ପରିବେଶ ଯୋଗାଇ ଦେବା ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ।

