Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନକୁ ଝଟକା, ଏସିଆ କପ୍ ୨୦୨୩ର ହାଇବ୍ରିଡ ମୋଡେଲକୁ ରିଜେକ୍ଟ କଲେ ୩ ଦେଶ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩କୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅର୍ଥାତ ପିସିବିକୁ ବଡ଼ ଝଟକା ଲାଗିଛି। ଏସିଆ କପର ଆଗାମୀ ସଂସ୍କରଣର ଆୟୋଜନ ଅଧିକାର ପାକିସ୍ତାନ ହାତରେ ଥିଲେ ହେଁ ଭାରତୀୟ ଦଳ ସେଠାରେ ଖେଳିବାକୁ ପ୍ରସ୍ତୁତ ନାହାନ୍ତି। ତେଣୁ ପିସିବି ହାଇବ୍ରିଡ ମୋଡେଲ୍ ଦେଇଥିଲା, ଯାହାକୁ ୩ ଦେଶ ଅଗ୍ରାହ୍ୟ କରିଛନ୍ତି। ଏବେ ପାକିସ୍ତାନକୁ ଏସିଆ କପ୍ ଖେଳିବାକୁ ହେଲେ ନିଜରେକ୍ଷ ସ୍ଥାନରେ ଖେଳିବାକୁ ପଡ଼ିବ।

ପିଟିଆଇ ଅନୁଯାୟୀ, ବାଂଲାଦେଶ କ୍ରିକେଟ୍ ବୋର୍ଡ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏବଂ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ପିସିବି ଦ୍ଵାରା ଦିଆଯାଇଥିବା ହାଇବ୍ରିଡ ମୋଡେଲକୁ ଅସ୍ଵୀକାର କରିଛନ୍ତି। ଏହି ମୋଡେଲ୍ ଅନୁସାରେ ପାକିସ୍ତାନରେ ଏସିଆ କପ୍ ୨୦୨୩ର ପ୍ରାରମ୍ଭିକ ୪ କିମ୍ବା ୫ ମ୍ୟାଚ୍ ଖେଳା ଯିବାର ଥିଲା ଏବଂ ଅବଶିଷ୍ଟ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଆୟୋଜନ ହେବାର ଥିଲା। ଏହି ଅବଶିଷ୍ଟ ମ୍ୟାଚକୁ ପାକିସ୍ତାନ ୟୁଏଇରେ ଆୟୋଜନ କରିବାକୁ ଚାହୁଁଥିଲା, ମାତ୍ର ଅନେକ ଦେଶ ଏହି ପ୍ରସ୍ତାବକୁ ସ୍ଵୀକାର କରି ନାହାନ୍ତି।

ଏବେ ପାକିସ୍ତାନ ନିକଟରେ କେବଳ ଗୋଟିଏ ବିକଳ୍ପ ରହିଛି। ଯଦି ତାକୁ ଏସିଆ କପରେ ଅଂଶଗ୍ରହଣ କରିବାର ଅଛି ତେବେ ନିରପେକ୍ଷ ସ୍ଥାନରେ ଖେଳିବାକୁ ପଡ଼ିବ। ଯଦି ପାକିସ୍ତାନ ଆୟୋଜନ ଅଧିକାର ରଖିବାକୁ ଚାହୁଁଛି ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜନ ଶ୍ରୀଲଙ୍କାରେ କରାଇବାକୁ ପଡ଼ିବ। ଏମିତି ହେଲେ ସମସ୍ତ ଦେଖ ଖେଳିବାକୁ ପ୍ରସ୍ତୁତ। ହେଲେ ପାକିସ୍ତାନ ନିଜ ଜିଦରେ ଅଟଳ ରହିଛି। ଏପରିକି ଦଳ ଏସିଆ କପ୍ ୨୦୨୩ ବହିଷ୍କାର ବି କରିପାରେ। ଏମିତି ହେଲେ ୟୁଏଇ ଷଷ୍ଠ ଦଳ ଭାବେ ଏସିଆ କପ୍ ଖେଳିପାରେ। ଏହି ପରି ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ନେପାଳ ଏବଂ ୟୁଏଇ ମଧ୍ୟରେ ମୁକାବିଲା ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ