Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha BJP: ଆଜିଠାରୁ ବିଜେପିର ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ; ୪୦୦ରୁ ଅଧିକ ପ୍ରତିନିଧି ହେବେ ସାମିଲ

କଟକ: ବହୁଦିନର ବ୍ୟବଧାନ ପରେ ଆସନ୍ତାକାଲିଠୁ ବିଜେପିର ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। କଟକ ଇନଡୋର ଷ୍ଟାଡିୟମରେ ହେବାକୁ ଥିବା ଏହି ବୈଠକରେ ୪୦୦ରୁ ଅଧିକ ପ୍ରତିନିଧି ଯୋଗଦେବେ। ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ଏଥିରେ ସାମିଲ ହେବେ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ।

ଆଗାମୀ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଏହି ବୈଠକରେ ବିଜେପି ନିଜର ଆଗାମୀ ରଣନୀତିର ଖସଡ଼ା ପ୍ରସ୍ତୁତ କରିପାରେ । ଓଡ଼ିଶାରେ ବିଜେପି ସରକାରର ଅଢ଼େଇ ବର୍ଷର କାର୍ଯ୍ୟ ଓ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦଳର ଭୋଟ୍‌ ବ୍ୟାଙ୍କ୍‌କୁ ଆହୁରି ମଜବୁତ କରିବା ନେଇ ବିସ୍ତୃତ ଭାବେ ଆଲୋଚନା ହେବ। ଏହାସହ ରାଜ୍ୟର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଓ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ମଧ୍ୟ ଦଳୀୟ ନେତାମାନେ ଆଲୋଚନା କରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନେଇ ମଧ୍ୟ ରଣନୀତି ଧାର୍ଯ୍ୟ ହେବ।

ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ବିଜେପି ପକ୍ଷରୁ ‘ସେବା ସପ୍ତାହ’ ଅଭିଯାନ ଆରମ୍ଭ ହେବ। ଏହାକୁ ନେଇ ମଧ୍ୟ ରାଜ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହୋଇପାରେ। ଦୁଇ ଦିନିଆ ବୈଠକରେ ଦଳର ସାଙ୍ଗଠନିକ ସ୍ଥିତି, ଆଗାମୀ କାର୍ଯ୍ୟକ୍ରମ ଓ ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ନେତାମାନେ ମାନସମନ୍ଥନ କରିବେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ବୈଠକ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories