Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ୱତୀ ନିଗମାନନ୍ଦ ବିଦ୍ୟାପୀଠ ରେ ଗୁରୁ ଦିବସ ପବିତ୍ର ନନ୍ଦ ଉତ୍ସବ ପାଳନ।

କଳାହାଣ୍ଡି,୦୫/୦୯
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ସ୍ଥିତ ସରସ୍ୱତୀ ନିଗମାନନ୍ଦ ବିଦ୍ୟାପୀଠପରିସରରେ ଗୁରୁ ଦିବସ ଏବଂ ପବିତ୍ର ନନ୍ଦ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଭାରତର ପ୍ରାକ୍ତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଛବିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଗୁରୁ ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଗୁରୁ-ଶିଷ୍ୟ ପରମ୍ପରା, ନୈତିକ ଶିକ୍ଷା ଓ ସମାଜ ଗଠନରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରିୟ ଗୁରୁମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।
​ଏହାପରେ ନନ୍ଦ ଉତ୍ସବ ଅବସରରେ ବିଦ୍ୟାଳୟ ପରିସର ଏକ ଆଧ୍ୟାତ୍ମିକ ଓ ଆନନ୍ଦମୟ ପରିବେଶରେ ପରିଣତ ହୋଇଥିଲା। କୋମଳମତି ଛାତ୍ରଛାତ୍ରୀମାନେ ଶ୍ରୀକୃଷ୍ଣ, ରାଧା ଏବଂ ଗୋପାଳ ବେଶରେ ସଜ୍ଜିତ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ହାଣ୍ଡି ଭଙ୍ଗା (ମଟକି ଫୋଡ଼ା) ପରମ୍ପରା ଉପସ୍ଥିତ ସମସ୍ତ ଅଭିଭାବକଙ୍କ ମନ ମୋହି ନେଇଥିଲା।ସଭାପତି ନିଜ ବକ୍ତବ୍ୟରେ କହିଥିଲେ ଯେ, ଏଭଳି ସାଂସ୍କୃତିକ ଓ ପାରମ୍ପରିକ ଉତ୍ସବ ପାଳନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ସଂସ୍କାର, ଆଧ୍ୟାତ୍ମିକତା ଏବଂ ଗୁରୁଜନଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ।
​ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟମାନେ ସକ୍ରିୟ ଭାବେ ସହଯୋଗ କରି ସଫଳ ମଣ୍ଡିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ