ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ଗୁରୁ ଦିବସ ପାଳନ।
କଳାହାଣ୍ଡି,୦୬/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସ୍ଥିତ ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ମହା ଆଡମ୍ବରରେ ଗୁରୁ ଦିବସ ପାଳନ କରାଯାଇଛି। ସର୍ଵ ପଲ୍ଲୀ ରାଧା କୃଷ୍ଣନ ଙ୍କ ଜନ୍ମ ତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶିକ୍ଷକ ତ୍ରିନାଥ ଠାକୁର,କିଶୋର ଚନ୍ଦ୍ର ଠାକୁର,ପୂର୍ବତନ କିରାଣି ରାମ ପ୍ରସାଦ ସାହୁ ମଞ୍ଚ ରେ ଉପସ୍ଥିତ ରହି ଗୁରୁ ଦିବସ ରେ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ କରାଇବା ସହ ସେମାନଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜ ଜୀବନପଥ କୁ ମଣିଷ ସମାଜ ର ପ୍ରଗତି ପାଇଁ ଉତ୍ସର୍ଗୀକୃତ କରିବାକୁ କହିଥିଲେ।ଗୁରୁ ଦିବସ କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ସ୍ମୃତି ମୟୀ ଦୁର୍ଗା ମଞ୍ଚ ସଂଯୋଜନା କରିଥିଲେ। ଶିକ୍ଷକ ନିରଞ୍ଜନ ନିଆଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କୃତି ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

