Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେକରେ ଷାଢି ଲଗାଇ ବିବାହିତ ମହିଳାଙ୍କ ଆତ୍ମ ହତ୍ୟା,ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡା ପଞ୍ଚାୟତ ଅନ୍ତର୍ଗତ କୁଟୁଣିପଦର ଗାଁ ର ଟୁନା ବୈପାରି ୪ ବର୍ଷ ତଳେ ରାୟଗଡା ଜିଲ୍ଲା ଟିକିରି ଥାନା ଅଧିନସ୍ଥ ମୁଣ୍ଡବିନ୍ଧା ଗାଁର ମିଲି ବୈପାରିଙ୍କୁ ଆଦିବାସି ରିତିନିତି ଅନୁଯାଇ ବିବାହ କରିଥିଲେ।ବିବାହର ୪ ବର୍ଷ ପରେ ମଧ୍ୟ ଦୁହିଁଙ୍କର କୌଣସି ସନ୍ତାନ ହୋଇ ନଥିବା ବେଳେ କାଭାଁ ଅସନ୍ତୋଷ ରହୁଥିଲେ ମଧ୍ୟ ଏକ ପ୍ରକାର ବୈବାହିକ ଜିବନ ହସଖୁସି ରେ ହିଁ ଚଳିଯାଉଥିଲା।ସୋମବାର ରାତି ୧୧ଟା ବେଳେ କୌଣସି କାରଣ ବସତଃ ମହିଳା ଜଣକ ଘର ଭିତରେ ଶାଢି ଲଗାଇ ଘର ଭିତରେ ହିଁ ଆତ୍ମ ହତ୍ୟା କରିଥିବା ଦେଖି ତାଙ୍କ ସ୍ଵାମି ସାହି ପଡିଶାଙ୍କୁ ଡାକି ତାଙ୍କୁ ଉଧାର କରି ରାତି ୧୨ଟା ବେଳେ ଲକ୍ଷ୍ମୀପୁର ଡାକ୍ତରଖାନା ଆଣିଥିଲେ।ଡାକ୍ତର ଖାନାରେ ପହଁଚିବା ପୁର୍ବରୁ ତାଙ୍କର ମୃତ ହୋଇଥିବା ଡାକ୍ତର କହିଛନ୍ତି।ରାତି ଅନେକ ହୋଇଜିବାରୁ ଆଜି ସକାଳେ ମହିଳାଙ୍କ ଭାଇ ଭାଗିରଥୀ ମୁଦୁଲି ଲକ୍ଷ୍ମୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଲିଖିତ ଅଭିଯୋଗ ପାଇବା ପରେ ଲକ୍ଷ୍ମୀପୁର ଆଇଆଇସି ଶ୍ଵେତପଦ୍ମା ସେଠ୍ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଆତ୍ମ ହତ୍ୟାରେ ବ୍ୟବହୃତ ଶାଢିକୁ ଯବତ କରିବା ସହ ତଦନ୍ତ କରି ଫେରି ଆସିଛନ୍ତି।ମିଲିର ମାନସିକ ଦୋଷ ଥିବା ସହ ଆତ୍ମ ହତ୍ୟାରେ ତାଙ୍କ ସ୍ଵାମୀର କୌଣସି ସମ୍ପର୍କ ନଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।ଏହି ହତ୍ୟା କୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି।ଲିଖିତ ଅଭିଯୋଗକୁ ନେଇ ଲକ୍ଷ୍ମୀପୁର ପୋଲିସ୍ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ବର୍ତମାନ ସୁଧା ଏହା ହତ୍ୟା ନା ଆତ୍ମ ହତ୍ୟା ତାର କାରଣ ଜଣା ପଡି ନଥିଲେ ମଧ୍ୟ ବ୍ୟବଛେଦ ରିପୋର୍ଟକୁ ପୋଲିସ୍ ଅପେକ୍ଷା କରିଛି।ଶଵ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ