Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରାରେ ଶ୍ରୀଶ୍ରୀଶ୍ରୀ ଠାକୁର କେଶବ ଚନ୍ଦ୍ରଙ୍କ ପୂଜା ଓ ଭାଗବତ ପଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜମନକିରା : ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ, ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ, କ୍ଷିତି ଜ୍ୟୋତି ଆଶ୍ରମ ମାହାଙ୍ଗା (କଟକ) ଆନୁକୂଲ୍ୟରେ ଶ୍ରୀଶ୍ରୀଶ୍ରୀ ଠାକୁର କେଶବ ଚନ୍ଦ୍ରଙ୍କ ପୂଜାର୍ଚ୍ଚନା ଏବଂ ପବିତ୍ର ଶ୍ରୀମଦ୍ ଭାଗବତ ପଠନ କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜମନକିରା ଶାଖାଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶାଖା ପରିଚାଳକ ଛତୁ କଲେତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆଗାମୀ ସେପ୍ଟେମ୍ବର ୧୯ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଭାଗବତ ପଠନ, ଠାକୁର ପୂଜା ତଥା ଆଧ୍ୟାତ୍ମିକ ସତସଙ୍ଗ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳା ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ସମାପନ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ସଞ୍ଜୟ, ମିଳନ, ଲକ୍ଷ୍ମଣ, ମନୋଜ, ସୁରେନ୍ଦ୍ର, ଜିତେନ୍ଦ୍ର, ସୁଜାତା, ରବିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁସଂଖ୍ୟକ ଗୁରୁଭାଇ ଓ ଗୁରୁଭଉଣୀ ଉପସ୍ଥିତ ରହି ନିଜ ନିଜର ସହଯୋଗ ପ୍ରଦାନ କରିଥିଲେ। ସମସ୍ତଙ୍କ ସମ୍ମିଳିତ ସହଯୋଗରେ ଏହି ଆଧ୍ୟାତ୍ମିକ ମହୋତ୍ସବଟି ସଫଳତାର ସହ ପାଳିତ ହେବ ବୋଲି ଶାଖା ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories