Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ୍ଯ ମହିମା ଯୋଗ ସାଧନା କେନ୍ଦ୍ର ର ବାର୍ଷିକ ଉତ୍ସବ ଉଦଯାପିତ

୦୯।୦୯।୨୦୨୬
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଚୋଲି-ଭୁକ୍ତାସ୍ଥିତ ସତ୍ୟ ମହିମା ଆଶ୍ରମ ପରିସରରେ ସତ୍ୟ ମହିମା ଯୋଗ ସାଧନା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି।
ଉତ୍ସବର ପ୍ରଧାନ ଅଧିବେଶନରେ ପ୍ରାତଃକାଳୀନ ଯୋଗ ପ୍ରଶିକ୍ଷଣ ପରେ ମହିମା ଆଶ୍ରମର ସାଧୁ କାହ୍ନା ଦାସ ଓ ଦାରୁକ ଦାସ ବତୀ ଟେକା କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଯୋଗ ସାଧନା କେନ୍ଦ୍ରର ଅଧ୍ୟକ୍ଷ ଫକୀରମୋହନ ପ୍ରଧାନଙ୍କ ସଭାପତିତ୍ୱରେ ସତ୍‌ସଙ୍ଗ ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ବଲାଙ୍ଗୀରସ୍ଥିତ ତପୋବନ ଆଶ୍ରମର ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ସାଧନାର ମହତ୍ତ୍ୱ ଓ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ।
ବାର୍ଷିକ ଉତ୍ସବ ଅବସରରେ ଯୋଗାସନ ପ୍ରତିଯୋଗିତା ସହ ଶିଶୁ ଓ କିଶୋରୀମାନଙ୍କ ଦ୍ୱାରା ଯୋଗ ନୃତ୍ୟ, ଯୋଗ ସଙ୍ଗୀତ, ଯୋଗ ଓ ଆସନ, ପ୍ରାଣାୟାମ, ସାଧାରଣ ଜ୍ଞାନ ପରୀକ୍ଷା, କୁଇଜ୍‌, ଅନୁଭୂତି କଥନ ଓ ବ୍ୟଙ୍ଗ ଆସର ଆଦି ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।
ଉତ୍ସବର ବିଶେଷ ଆକର୍ଷଣ ଥିଲା ଯୋଗ ପ୍ରଶିକ୍ଷକ ପ୍ରମୋଦ ସାହୁଙ୍କ ଲିଖିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ସଂସ୍କାର ନାଟକ। ନାଟକରେ ସନତ କୁମାର ସା, ପ୍ରଗତି ପ୍ରଧାନ, ବିକାଶ ପ୍ରଧାନ, ମୋହନ ସିଦାର ଓ ସାମ୍ବାଦିକ ଚନ୍ଦ୍ରମଣୀ ବେହେରା ପ୍ରମୁଖ ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
କାର୍ଯ୍ୟକ୍ରମକୁ ଯୋଗ ପ୍ରଶିକ୍ଷକ ହେମନ୍ତ ସାହା, ଡ. ରାଜୁ ସା, ପ୍ରମୋଦ ସାହୁ, ଲମ୍ବୋଦର ସାହୁ ଓ ଯାଜ୍ଞସେନୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ପରିଶେଷରେ ଯୋଗ ସାଧନା କେନ୍ଦ୍ରର ସମ୍ପାଦକ କାମଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ