କାଶୀନଗର ସହରର ଏକ ଘରୁ ସୁନା ଗହଣା ଚୋରି ଘଟଣାରେ କିଛି ଜଣଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଲା କାଶୀନଗର ପୋଲିସ
ପାରଳାଖେମୁଣ୍ଡି):୧୬/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା କାଶୀନଗର ସହରର ଷ୍ଟେଟ ବ୍ୟାଙ୍କ ନିକଟରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଦୁଇଗୋଟି ଘରୁ ୩ ଲକ୍ଷ ୬୦ ହଜାର ଏବଂ ସୁନା ଗହଣା ଚୋରି ଘଟଣାରେ ପୋଲିସ ଆନ୍ଧ୍ରରୁ କିଛି ଜଣଙ୍କୁ ଆଣି ତନାଘନା କରୁଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, କାଶୀନଗରଷ୍ଟେଟ୍ ବ୍ୟାଙ୍କ ନିକଟସ୍ଥ ଆର୍ ଲକ୍ଷ୍ମଣ ମୂର୍ତ୍ତିଙ୍କ ଘର ଏବଂ ଏନ୍ପି ପେଟ୍ରୋଲ ପମ୍ପ ନିକଟରେ ରହୁଥିବା ମୋହନ ଦାମୋଦର ଦୁଇଜଣଙ୍କ ଘରେ ଚୋରି ହୋଇଥିବା ନେଇ କାଶୀନଗର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଲକ୍ଷ୍ମଣ ମୂର୍ତ୍ତିଙ୍କ ମାଆଙ୍କ ମୃତ୍ୟୁ ହୋଇଥିବାରୁ ସେ କିଛି ଦିନ ପୂର୍ବେ ପରିବାର ସହ ଅନ୍ୟ ଗ୍ରାମକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ମୁଖ୍ୟ ଫାଟକର ଲକ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି | ସୋମବାର ଲକ୍ଷ୍ମଣ ପରିବାର ସହ ଘରକୁ ଫେରିବା ପରେ ମୁଖ୍ୟ ଫାଟକ ଭଙ୍ଗା ଅବସ୍ଥାରେ ଦେଖ୍ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ I ଘର ଭିତରେ ଯାଞ୍ଚ କରିବା ପରେ ପ୍ରାୟ ୨ କିଲୋଗ୍ରାମ ରୂପା, ୨୫ ଗ୍ରାମ ସୁନା ଏବଂ ନଗଦ ପ୍ରାୟ ୩ ଲକ୍ଷ ଟଙ୍କା ଚୋରି ହୋଇଥିବା କାଶୀନଗର ଥାନାରେ ଲକ୍ଷ୍ମଣ ଅଭିଯୋଗ କରିଛନ୍ତି ସେହିପରି ପେଟ୍ରୋଲ ପମ୍ପ ନିକଟସ୍ଥ ମୋହନ ଦାମୋଦରଙ୍କ ଘରେ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ଆସିଛି ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ନଗଦ ୬୦ ହଜାର ଟଙ୍କା ସହ ପ୍ରାୟ ୧୫୦ ଗ୍ରାମ ରୂପା ଚୋରି କରିଥିବା ଅଭିଯୋଗ ହୋଇଛି | ଘଟଣା ନେଇ କାଶୀନଗର ଥାନା ଅଧିକାରୀ ତ୍ରିନାଥ ସେଠୀ ଘଟଣାସ୍ଥଳରେ ପହଞ୍ଚି ଚୋରି ହୋଇଥିବା ଘର ଗୁଡ଼ିକର ଯାଞ୍ଚ କରିବା ସହ ଘଟଣାର ଖୋଳତାଡ଼ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ଶିକାକୁଲମ ଜିଲ୍ଲାର ମେଳିଆପୁଟି ଗ୍ରାମରୁ କିଛି ଜଣଙ୍କୁ କାଶୀନଗର ଥାନାକୁ ଆଣି ଏହି ୨ ଗୋଟି ଚୋରି ଘଟଣାର ପର୍ଦାଫାଶ ପାଇଁ ତଦନ୍ତ ଜାରି ରଖିଥିବା କାଶୀନଗର ଆଇଆଇସି ଲକ୍ଷ୍ମଣ ସେଠୀ ସୂଚନା ପ୍ରଦାନ କରିଛନ୍ତି.

