Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Parag Shah: ଧନୀ ବିଧାୟକରୁ ଭିକାରୀ ବେଶ, ଘାଟକୋପର ରାସ୍ତାରେ ମାଗିଲେ ଭିକ୍ଷା!

ମହାରାଷ୍ଟ୍ର: ମହାରାଷ୍ଟ୍ରର ବିଜେପି ବିଧାୟକ ପରାଗ ଶାହଙ୍କ ଏକ ଭିନ୍ନ ପଦକ୍ଷେପ ଏବେ ଚର୍ଚ୍ଚାରେ। ରାଜ୍ୟର ଧନୀ ବିଧାୟକମାନଙ୍କ ମଧ୍ୟରେ ଥିବା ପରାଗ ଶାହ ନିଜ ସୁରକ୍ଷା ବ୍ୟବସ୍ଥା, ଗାଡ଼ି ଓ ମହଙ୍ଗା ସାମଗ୍ରୀଠାରୁ ଦୂରେଇ ଭିକାରୀ ବେଶ ଧାରଣ କରିଥିଲେ। ପରେ ସେ ଘାଟକୋପରର ରାସ୍ତାରେ ଗୋଟିଏ ଦିନ ବିତାଇ ଲୋକଙ୍କଠାରୁ ଭିକ୍ଷା ମାଗିଥିଲେ।

ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ। ଘାଟକୋପର ପୂର୍ବ ବିଧାନସଭା ଆସନର ବିଧାୟକ ପରାଗ ଶାହଙ୍କୁ ସାଧାରଣ ଭିକାରୀଙ୍କ ଭଳି ରାସ୍ତାରେ ବସିଥିବା ଦେଖି ତାଙ୍କର ଏହି ଅସାଧାରଣ ପଦକ୍ଷେପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ପରେ ଏହା ପଛର କାରଣ ସାମ୍ନାକୁ ଆସିଥିଲା। ଏହି ଅଭିଜ୍ଞତା ମାଧ୍ୟମରେ ସେ ଜୀବନର ବାସ୍ତବତାକୁ ନିକଟରୁ ବୁଝିବାକୁ ଚାହୁଁଥିଲେ ବୋଲି କହିଛନ୍ତି। ଗୋଟିଏ ଦିନ ପାଇଁ ସମସ୍ତ ସୁବିଧା ଛାଡ଼ି ରାସ୍ତାରେ ଭିକ୍ଷା ମାଗିବା ତାଙ୍କୁ ସାଧାରଣ ଲୋକଙ୍କ ଜୀବନ ଓ ଦୈନନ୍ଦିନ ସଂଘର୍ଷର ଏକ ଭିନ୍ନ ଅନୁଭୂତି ଦେଇଥିବା ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories