Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Panikoili: ରାସ୍ତା ଭୁଲି ବସ୍‌ରେ ଆସି ପହଞ୍ଚିଲେ ୧୧ ବର୍ଷର ନାବାଳକ, ପୁଲିସ କଲା ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଛକରୁ ଜଣେ ୧୧ ବର୍ଷର ନାବାଳକଙ୍କୁ ଉଦ୍ଧାର କରିଛି ପାଣିକୋଇଲି ପୁଲିସ। ନାବାଳକ ଜଣକ ବାଟ ଭୁଲି ବସ୍‌ ଯୋଗେ ପାଣିକୋଇଲି ଛକରେ ଆସି ପହଞ୍ଚିଥିବା ଜଣାପଡ଼ିଛି। ଛକରେ ନାବାଳକଙ୍କୁ ଏକାକୀ ଦେଖି ପୁଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା।

ଥାନାରେ ନାବାଳକଙ୍କୁ ପଚରାଉଚରା କରିବା ପରେ ସେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ଖଇଆଳ ଗାଁର ସିଦ୍ଧୁ ଟୁଡୁଙ୍କ ପୁଅ ବୋଲି ଜଣାପଡ଼ିଥିଲା। ତେବେ କେଉଁ ପରିସ୍ଥିତିରେ ନାବାଳକ ଘରୁ ବାହାରିଥିଲେ ଏବଂ କାହା ସହ ଏତେ ଦୂର ଆସିଥିଲେ, ସେନେଇ ସେ ସ୍ପଷ୍ଟ ଭାବେ କିଛି କହିପାରୁନଥିବା ସୂଚନା ମିଳିଛି।

ପରେ ପାଣିକୋଇଲି ପୁଲିସ ନାବାଳକଙ୍କୁ ଯାଜପୁର ବାଳାଶ୍ରମକୁ ପଠାଇ ଦେଇଛି। ନାବାଳକଙ୍କ ପରିବାର ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବା ସହ ତାଙ୍କୁ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ପଦକ୍ଷେପ ନିଆଯାଉଥିବା ପାଣିକୋଇଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ