Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠିଆ ହୋଇଥିବା କାର୍ କୁ ଧକ୍କା ଦେଲା ଅନ୍ୟ ଏକ୍ କାର୍ , ଛୋଟ ଝିଅ କୁ ଓଲ୍ଲାଇ ବାନ୍ତି କରାଉ ଥିବା ସମୟରେ କାର୍ ଧକ୍କାରେ ଜଣେ ମୃତ; ର୍ମୃତ୍ୟୁ ଏମିତି ବି ଆସେ

ଲକ୍ଷ୍ମୀପୁର: କୋରାପୁଟ-ରାୟଗଡା ମୁଖ୍ୟ ରାସ୍ତା ରେ ଆଜି ଏକ ସଡ଼କ ଦୁର୍ଘଟଣା ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ବର ଆହତ ହୋଇଛନ୍ତି।ଆହତ ଙ୍କୁ ପ୍ରଥମେ କାକିରିଗୁମା ଡାକ୍ତରଖାନା ରେ ଚିକିସ୍ଚା କରାଯିବା ପରେ କୋରାପୁଟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।ସୂଚନା ଅନୁଯାୟୀ କୁନି ଖେମୁଡୁ (୫୫) ନିଜ ଭାଈ ଙ୍କ ପରିବାର ସହ ନନ୍ଦପୁର ଠାରୁ କୁନ୍ତେସ ଏକ ଦଶାହ ଭୋଜି ରେ ଯୋଗ ଦେବାକୁ ଏକଟାଟା ଇଣ୍ଡିଗୋ ଓଡି ୧୦ ଜି ୪୯୦୦ କାର ଯୋଗେ ଯାଉଥିଲେ ।କାକିରିଗୁମା ଠାରୁ ୨ କିମି ଦୂର ଢ଼ାବା ନିକଟରେ ଗାଡିରେ ବସିଥିବା ଜଣେ ଛୋଟ ପିଲା କୁ ବାନ୍ତି ହେବାରୁ ରାସ୍ତା କଡରେ କାର୍ ଟିକୁ ରଖିବା ପରେ ପିଲା ଟି ବାନ୍ତି କରୁଥିଲା ଓ ପରିବାର ଲୋକେ ଗାଡି ବାହାରେ ଥିଲେ ,ଏହି ସମୟରେ ଓଡି ୧୦ ଇ ୭୩୯୩ ନମ୍ବର ର ସ୍ୱିଫ୍ଟ ଡିଜାଇର୍ ଗାଡି ଟି ଦ୍ରୁତ ଗତିରେ ଆସି ଠିଆ ହୋଇଥିବା କୁନି ଖେମୁଡୁ କୁ ଧକ୍କା ଦେବା ସହ ଟାଟା ଗାଡି କୁ ବି ଧକ୍କା ଦେଇଥିଲା ।ଗାଡି ଟି ପ୍ରବଳ ବେଗରେ ଧକ୍କା ମାରିବାରୁ କୁନି ଧକ୍କା ଦେଇ ଥିବା ଗାଡ଼ି ତଳେ ପଡି ଯାଇ ଥିଲେ ଓ ତାଙ୍କ ଉପରେ ଗାଡ଼ି ଚଢି ଯାଇ ଥିଲା ।ଘଟଣା ସ୍ଥଳରେ କୁନି ଙ୍କ ମୂର୍ତୁ ହୋଇଥିଲା ।ଘଟଣା ସମ୍ପର୍କରେ ଖବର ପାଇ କାକିରିଗୁମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡି ଜବତ କରିବା ସହ ଦୁର୍ଘଟଣା କରିଥିବା ଗାଡି ଡ୍ରାଇଭର କୁ ଅଟକ ରଖିଥିବା କାକିରିଗୁମା ଥାନା ଅଧିକାରୀ ଦାମୋଦର ବିହାରୀ ପ୍ରକାଶ କରିଛନ୍ତି । ଖବର ଲେଖା ପର୍ଯ୍ୟନ୍ତ ଘଟଣା ସ୍ଥଳରୁ ମୃତ ଦେହ ହଟି ନଥିଲା ।ଅନ୍ୟପକ୍ଷରେ କ୍ଷତିପୁରଣ ଦାବି କରି ରାସ୍ତା କଡରୁ ଶବ କୁ ନେଉନଥିବା ଜଣାପଡିଛି।ଘଟଣା ସ୍ଥଳରେ ଲକ୍ଷ୍ମୀପୁର ତହସିଲଦାର ଉପସ୍ଥିତ ରହି ବୁଝାସୁଝା କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ