Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଶସ୍ତ୍ର ଡ଼କାୟତି, ପରିବାର ଲୋକଙ୍କୁ ବାନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସମ୍ପତ୍ତି

ଖଡ଼ିଆଳ : ଖଡ଼ିଆଳ ବ୍ଲକ ଖୁଦପେଜ ଗ୍ରାମରେ ସୁନ୍ଦର ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ରାତ୍ରି ସାଢେ ନଅରେ ସଶସ୍ତ୍ର ଡକାୟତି। ଘରର ଜଣେ ଶିଶୁ ମୁଣ୍ଡରେ ବନ୍ଧୁକ ରଖି ପରିବାର ଲୋକଙ୍କୁ ବାନ୍ଧି ଦେଇଥିଲେ ଓ ଘରରୁ ଲକ୍ଷାଧିକ ଟଙ୍କା ଓ ସୁନା ରୁପା ନେଇ ଯାଇଛନ୍ତି। ଡକାୟତ ମାନେ ୩ଜଣଙ୍କୁ ଆଘାତ କରିଛନ୍ତି। ସୁନ୍ଦର ଶ୍ୟାମଙ୍କୁ ମୁଣ୍ଡ ପଛ ପଟେ ବନ୍ଧୁକରେ ଆଘାତ କରିଥିବା ବେଳେ ତାଙ୍କୁ ପ୍ରଥମେ ଖଡ଼ିଆଳ ହସ୍ପିଟାଲ ଓ ପରେ ନୂଆପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ପରିବାର ଲୋକେ କହିଛନ୍ତି । ସୁନ୍ଦରଙ୍କ ବାପା ଭରତଙ୍କ ମୁଣ୍ଡରେ ଆଘାତ କରିଛନ୍ତି ଓ ମାଆ ଜମ୍ବୁଙ୍କ ଗୋଡ଼ରେ ବାଡେଇଛନ୍ତି। ସଶସ୍ତ୍ର ଡ଼କାୟତ ମାନଙ୍କ ମଧ୍ୟରୁ କିଛି ଚିହ୍ନା ମୁହଁ ଥିବା ବେଳେ ଅନେକ ମୁଖା ପିନ୍ଧିଥିବା ପରିବାର ଲୋକେ କହିଛନ୍ତି । ଘଟଣା ପରେ ଖଡ଼ିଆଳ ପୋଲିସକୁ ଯୋଗାଯୋଗ କରିବାରୁ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।ନୂଆପଡା ଏସ ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଆସି ତଦନ୍ତ କରିଛନ୍ତି।ପରିବାର ଲୋକ ଓ ଘଟଣା ବିଷୟରେ ଜାଣିଥିବା ଲୋକଙ୍କୁ ସେ ଘଟଣା ବିଷୟରେ ପଚାରିବା ସହ ତଦନ୍ତ ପରେ ସବୁକଥା ଜଣାପଡିବ ବୋଲି କହିଛନ୍ତି। ଖଡ଼ିଆଳ ଏସଡିପିଓ ଅରୁପ ଅଭିଷେକ ବେହେରା ଓ ଆଇଆଇସି ଅନିରୁଦ୍ଧ ମୁଦୁଲି ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି। ଡଗ ସ୍କୁୱାର୍ଡ ମଧ୍ୟ ତଦନ୍ତ ଚଳାଇଛି। ଖବର ଲେଖ୍ ହେବା ପର୍ଯ୍ୟନ୍ତ ଡ଼କାୟତି ସାମଗ୍ରୀ କିମ୍ବା ଡକାୟତ ମାନଙ୍କୁ ଗିରଫ କରାଯାଇପାରିନଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ