Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସହରର ଉପକଣ୍ଠ ରେ ଥିବା ପୁଣି ଏକ ବେଆଇନ ବାଣ ଗୋଦାମ ଠାବ ୩ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାର ବାଣ ଜବତ ଗୋଦାମ ସିଲ୍

ପାରଳାଖେମୁଣ୍ଡି:୨୦/୯(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାରେବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଓ ବିକ୍ରି ବିରୋଧରେ ଗଜପତି ପୋଲିସ ପକ୍ଷରୁ ଚାଲିଥିବା ଅଭିଯାନକୁ ଜାରି ରଖିଛି l ପାରଳାଖେମୁଣ୍ଡି ପୋଲିସ ପୁଲିସ ପକ୍ଷରୁ ଆଜି ଭୋର ସମୟରେ ପାରଳାଖେମୁଣ୍ଡି ଠାରୁ ରଣିପେଣ୍ଠା ଯିବା ରାସ୍ତାରେ ଥିବା ଟାଟା ମୋଟର୍ସ ୱାର୍କସପ୍ ପଛପଟ ଅଞ୍ଚଳରେ ଚଢ଼ାଉ କରି ଏକ ପରିତ୍ୟକ୍ତ ଗୋଦାମରେ ବେଆଇନ ଭାବେ ଗଚ୍ଛିତ ଥିବା ବହୁ ପରିମାଣର ବିଭିନ୍ନ ପ୍ରକାର ବାଣ ଠାବ କରି ଜବତ କରିଛି। ଯାଞ୍ଚ ସମୟରେ ନୂଆଁ ବସଷ୍ଟାଣ୍ଡ ନିକଟସ୍ଥ ଭଲ୍ଲା ବିକାଶ (୨୭), ପିତା- ଭି. ମହେଶ,
ପାରଳାଖେମୁଣ୍ଡି, ଆବଶ୍ୟକ ବୈଧ ଲାଇସେନ୍ସ ବା ଅନୁମତି ନନେଇ ବିଭିନ୍ନ ପ୍ରକାରର ବାଣ ସଂଗ୍ରହ କରି ଉକ୍ତ ଗୋଦାମରେ ଗଚ୍ଛିତ ରଖିଥିବା ଜଣାପଡ଼ିଛି। ଜବତ ବାଣଗୁଡ଼ିକର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ଗୋଦାମରୁ ମିଳିଥିବା ସମସ୍ତ ବାଣକୁ ଆଇନଗତ ପ୍ରକ୍ରିୟା ଅନୁସାରେ ପୋଲିସ ଜବତ କରିବା ସହ ସୁରକ୍ଷା ଦୃଷ୍ଟିରୁ ଗୋଦାମକୁ ସିଲ୍ କରାଯାଇଛି। ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନା କେସ୍ ନଂ. ୩୮୯/୨୦୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଏହା ପୁର୍ବରୁ ମଧ୍ଯ ପାରଳାଖେମୁଣ୍ଡି ପୁଲିସ ପକ୍ଷରୁ ଏକ ବାଣ ଦୋକାନକୁ ସିଲ୍ କରିଥିବା ଜଣା ପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories