Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhubaneswar Crime: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଫେସବୁକ୍ ଲାଇଭ୍‌କୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ! ଫୁଟିଲା ଗୁଳି, ୫ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ଥାନା ଅଧୀନ ଘାଟିକିଆ ଅଞ୍ଚଳରେ ଫେସବୁକ୍ ଲାଇଭ୍‌କୁ କେନ୍ଦ୍ର କରି ଗଣ୍ଡଗୋଳ ଓ ଗୁଳିଚାଳନା ଘଟଣା ଘଟିଥିବା ସୂଚନା ମିଳିଛି। ରବିବାର ଜଣେ ଯୁବକ ଏକ ମାମଲାକୁ ନେଇ ଫେସବୁକ୍ ଲାଇଭ୍‌ରେ ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ରହିଛି। ଭିଡିଓଟି ଭାଇରାଲ ହେବା ପରେ ଅପରପକ୍ଷର କିଛି ଲୋକ ଉତ୍ତ୍ୟକ୍ତ ହୋଇ ରାତିରେ ଘାଟିକିଆରେ ଚାଲିଥିବା ଗଣେଶ ପୂଜା ପେଣ୍ଡାଲ ନିକଟରେ ପହଞ୍ଚିଥିବା କୁହାଯାଉଛି।

ଗଣେଶ ବିସର୍ଜନ ଚାଲିଥିବାରୁ ପେଣ୍ଡାଲ ନିକଟରେ ବହୁ ଯୁବକ ଉପସ୍ଥିତ ଥିଲେ। ଏହି ସମୟରେ ଫେସବୁକ୍ ଲାଇଭ୍‌କୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଛି। ଗଣ୍ଡଗୋଳ ବେଳେ ବାହାରୁ ଆସିଥିବା କିଛି ଲୋକ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିବା ଏବଂ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଘଟଣା ପରେ ଭରତପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ପକ୍ଷରୁ CCTV ଫୁଟେଜ୍‌ ଯାଞ୍ଚ କରାଯିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଛାନଭିନ ଚାଲିଛି। ଏହାସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି। ଗୁଳିଚାଳନାର ପ୍ରକୃତ କାରଣ ଓ ଘଟଣାରେ କେଉଁମାନେ ସମ୍ପୃକ୍ତ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories