Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kuakhai River Rescue: କୁଆଖାଇ ନଦୀରେ ଯୁବକ, ତ୍ୱରିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ କୁଆଖାଇ ନଦୀରେ ଜଣେ ଯୁବକ ପଡ଼ିଯିବା ପରେ ତାଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସୂଚନା ପାଇବା ପରେ ବାଲିଅନ୍ତା ଅଗ୍ନିଶମ ବାହିନୀର ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ନଦୀରୁ ବାହାର କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲ୍‌କୁ ପଠାଯାଇଛି।

ଉଦ୍ଧାର ହୋଇଥିବା ଯୁବକଙ୍କ ନାଁ ସୂର୍ଯ୍ୟ ନାରାୟଣ ଜେନା ବୋଲି ଜଣାପଡ଼ିଛି। ସେ ଏକ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ସଂସ୍ଥାରେ କାମ କରୁଥିବା ବେଳେ ବଡ଼ଗଡ଼ ଥାନା ଅଞ୍ଚଳରେ ଭଉଣୀ ଓ ଭିଣୋଇଙ୍କ ସହ ରହୁଥିବା ସୂଚନା ମିଳିଛି। ପାରିବାରିକ କାରଣକୁ ନେଇ ସେ ମାନସିକ ଭାବେ ବିଚଳିତ ଥିବା ନେଇ ପ୍ରାଥମିକ ସୂଚନା ମିଳିଛି।

ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଖବର ପାଇ ଉଦ୍ଧାରକାରୀ ଟିମ୍‌ ଶୀଘ୍ର ପହଞ୍ଚିବାରୁ ଯୁବକଙ୍କୁ ସମୟରେ ଉଦ୍ଧାର କରାଯାଇପାରିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ ତଥ୍ୟ ସଂଗ୍ରହ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ