Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଚଣ୍ଡl ଗ୍ରାମରେ ବଜ୍ରପାତ ଯୋଗୁଁ ମହିଳା ଙ୍କ ମୃତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର ଅଚଣ୍ଡା ଗ୍ରାମରେ ରବିବାର ଅପରାହ୍ନ ରେ ବଜ୍ରାଘାତ ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ପାଚିକା ଜଣକ ହେଲେ ଅଚଣ୍ଡା ଗ୍ରାମର କୃଷ୍ଣ ବାଘ ଙ୍କ ସ୍ତ୍ରୀ ଗୁଲାପି ବାଘ(୪୫) ବୋଲି ଜଣା ପଡିଛି। ସୂଚନା ଅନୁସାରେ ରବିବାର ଅପରାହ୍ନ ରେ ହଠାତ ବର୍ଷା ଆରମ୍ଭ ହେବାରୁ ମହିଳା ଜଣକ ବାରିପଟେ ଶୁଖୁଥିବା ଲୁଗା ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ହଠାତ ବଜ୍ରାଘାତ ହୋଇଥିଲା। ବଜ୍ରାଘାତ ସଂସ୍ପର୍ଶ ରେ ଆସି ମହିଳା ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତରଖାନା କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ଦିନ ଶବ ବ୍ୟବଚ୍ଛେଦ କରାଯାଇଛି । ମୃତକ ଜଣକ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ରେ ପାଚିକା ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ତିନି ଝିଅ ଓ ଏକମାତ୍ର ପୁତ୍ର ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ