ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ ଖେଳପଡିଆରେ ଜୋନ୍ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ
ବୀରମହାରାଜପୁର : ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ର ଖେଳ ପଡ଼ିଆ ରେ ଜୋନ ସ୍ତରୀୟ ଖେଳ ପ୍ରତଯୋଗିତା ଅନୁଷ୍ଠିତ ହୋଇଯାଇଛି l ସୋମବାର ଏହାକୁ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରି କ୍ରୀଡ଼ା ବାର୍ତ୍ତା ପ୍ରଦାନ କରିଥିଲେ l ଏଥିରେ ଚାରୋଟି କ୍ଲଷ୍ଟର ଚକାବର , ହିଲୁଙ୍ଗ , ବାଗବର ଓ ଉଫୁଲା ର 6 ଟି ଉଚ୍ଚ ବିଦ୍ୟାଳୟ ଓ 6 ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ 120 ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l ଫୁଟବଲ୍, କବାଡି , ଖୋଖୋ ଏବଂ ଦୌଡ଼ ପ୍ରତିଯୋଗିତା ,ଲଙ୍ଗ ଜମ୍ପ , ହାଇ ଜମ୍ପ୍, ଡିସ୍କସ, ସଟ ପୁଟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଭିନ୍ନ ବର୍ଗ ରେ ଯଥା ଅଣ୍ଡର 17 ବାଳକ ଓ ବାଳିକା, ଅଣ୍ଡର 14 , ବାଳକ ଓ ବାଳିକା ଛାତ୍ର ଛାତ୍ରୀ ବ୍ଲକ୍ ସ୍ତର କୁ ମନୋନୀତ ହୋଇଛନ୍ତି l ବାଳକ ହାଇସ୍କୁଲ ର ଖେଳ ଶିକ୍ଷକ ଦୀନବନ୍ଧୁ ଛିଚୁଅlନ ,ରାଜ କମଲ ସିଂ ବାବୁ, କଲିମ୍ ମହମ୍ମଦ ପ୍ରମୁଖ ଖେଳ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟ ର ଶିକ୍ଷକ/ କର୍ମଚାରୀ ସହଯୋଗ କରିଥିଲେ l

