ଅମର ପାଲି ହାଇସ୍କୁଲ ଖେଳପଡିଆରେ ଜୋନାଲ ସ୍ତରୀୟ ଖେଳ କୁଦ ପ୍ରତିଯୋଗୀତା ଆୟୋଜିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲ ପଡ଼ିଆରେ ସୋମବାର ଦିନ ଜୋନାଲ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସ୍କୁଲ ପରିଚାଳନା କମିଟି ର ସଭାପତି ଅଶୋକ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଭୋଇ, ରାସ ବିହାରୀ ମେହେର, ପ୍ରାଣବନ୍ଧୁ ସାହୁ,ଲାଲ ସିଂ ଭୋଇ, ସିଆରସିସି କମ୍ଭୁ ପ୍ରଧାନ, ଅଶୋକ ଲୁହା, ବାଙ୍କା ବିହାରୀ ମହାକୁର ପ୍ରମୁଖ ଯୋଗଦେଇ କ୍ରୀଡାବିତ ଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ସମ୍ବିତ ପଧାନ ଅତିଥି ପରିଚୟ ପ୍ରଦାନ କରିଥଲେ। ଜୋନାଲ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା କମିଟିର ସମ୍ପାଦକ ତଥା ଅମରପାଲି ହାଇସ୍କୁଲର ଖେଳ ଶିକ୍ଷକ କହ୍ନେଇ ଚରଣ ପ୍ରଧାନ କ୍ରୀଡ଼ା ପ୍ରତିଯୋଗିତା ର ବିବରଣୀ ପ୍ରଦାନ କରିଥିଲେ। ପଦ୍ମନାଭ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଖେଳକୁଦ ପ୍ରତିଯୋଗିତାରେ ଉଭୟ ବାଳିକା ଓ ବାଳକ ବିଭାଗରେ ୧୭ ବର୍ଷରୁ କମ୍ ଓ ୧୪ ବର୍ଷରୁ କମ୍ ବର୍ଗ ରେ କବାଡି, ଖୋକୋ, ଫୁଟବଲ ସମେତ ୧୦୦ମିଟର,୨୦୦ମିଟର,୪୦୦ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସର୍ଟଫୁଟ ଥ୍ରୋ,ଡିସ୍କସ ଥ୍ରୋ, ଜେଭେଲିଂ ଥ୍ରୋ ଆଦି ପ୍ରତିଯୋଗିତା କରାଯାଇଥିଲା। ଏଥିରେ ବହଳପଦର, ଦୁର୍ଜନତୈଲା, ଲୁତୁରପଙ୍କ ଓ କେନଝିରିଆପାଲି କ୍ଲଷ୍ଟର ର ବିଭିନ୍ନ ସ୍କୁଲରୁ ପ୍ରାୟ ୨୧୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୧୮୫ ଜଣ ପ୍ରତିଯୋଗୀ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବାକୁ ଚୟନ କରାଯାଇଛି। ଖେଳ ଶିକ୍ଷକ ବିପ୍ର ଚରଣ ପେରା,ସୁରେନ ପ୍ରଧାନ,ଶକ୍ତି ସାମନ୍ତରାୟ, ରେଖା ଚନ୍ଦ୍ର ମେହେର, ଆନନ୍ଦିନି ପ୍ରଧାନ,ଇନ୍ଦ୍ରଜିତ ଦାସ, ରବିଚନ୍ଦ୍ର ପର୍ଡିଆ , ଲଳିତ ପ୍ରଧାନ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଶିକ୍ଷକ ନାରାୟଣ ପ୍ରଧାନ,ମାଧବ ମହାକୁର,ଗୌତମ ବାରିକ , ଚିରଞ୍ଜିବୀ ସେଠି ,ରଜତ ପ୍ରଧାନ , ବ୍ରହ୍ମାନନ୍ଦ ପ୍ରଧାନ ଙ୍କ ସମେତ ସ୍ଥାନୀୟ ସ୍କୁଲର ନଟବର ରଣା , ଗୋବର୍ଦ୍ଧନ ରଣା,ଜଗନ୍ନାଥ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

