Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Vigilance Raid: ଭିଜିଲାନ୍ସ ଜାଲରେ PEO; ଘରଠୁ ଅଫିସ୍‌ ଯାଏଁ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ବରଗଡ଼: ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକର କଟାଭାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ଏକ୍ସଟେନସନ୍ ଅଫିସର (ପିଇଓ) କାର୍ତ୍ତିକେଶ୍ୱର ବେହେରା ଭିଜିଲାନ୍ସ ସ୍କାନରରେ। ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କ ସହ ସମ୍ପର୍କିତ ଛଅଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ବରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଯାଞ୍ଚ ଚାଲିଛି।

ଭିଜିଲାନ୍ସ ଟିମ୍ କାର୍ତ୍ତିକେଶ୍ୱର ବେହେରାଙ୍କ ଗାଇସିଲେଟ୍ ନିକଟ କାନ୍ଦାଗଡ଼ସ୍ଥିତ ଦୁଇ ମହଲା ଘର, ୬ଟି ଦୋକାନ ଥିବା ମାର୍କେଟ୍ କମ୍ପ୍ଲେକ୍ସ, ୩ଟି କୋଠରୀ ଥିବା ଗୋଦାମ, ଗାଇସିଲେଟ୍‌ରେ ନିର୍ମାଣାଧୀନ ୪ ମହଲା କୋଠା, ତାଙ୍କ ପୈତୃକ ଘର ଏବଂ କଟାଭାଲ ଗ୍ରାମ ପଞ୍ଚାୟତର ଅଫିସ୍ ଚେମ୍ବରରେ ଯାଞ୍ଚ କରୁଛନ୍ତି। ସେ ଫିରିଙ୍ଗିମାଲ ଓ ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତର ଭାରପ୍ରାପ୍ତ ପିଇଓ ଭାବେ ମଧ୍ୟ ଦାୟିତ୍ୱରେ ଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ୫ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ବର୍ତ୍ତମାନ ଭିଜିଲାନ୍ସ ଟିମ୍ ବିଭିନ୍ନ ସମ୍ପତ୍ତି, ଦସ୍ତାବିଜ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରୁଛି। ଚଢ଼ାଉରୁ କେତେ ପରିମାଣର ନଗଦ, ସୁନାଗହଣା କିମ୍ବା ଅନ୍ୟ ସମ୍ପତ୍ତି ଜବତ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ବିସ୍ତୃତ ତଥ୍ୟ ଅପେକ୍ଷା କରାଯାଉଛି। ତଦନ୍ତ ଶେଷ ହେବା ପରେ ଜବତ ସମ୍ପତ୍ତିର ମୂଲ୍ୟ ଓ ମାମଲା ସମ୍ପର୍କିତ ଅଧିକ ତଥ୍ୟ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories