Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Khordha-Balangir Railway: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ! ୭ ନମ୍ବର ଟନେଲରେ ଗଡ଼ିଲା ପରୀକ୍ଷାମୂଳକ ଟ୍ରେନ୍, ଚାରିଛକକୁ ରେଳ ଚଳାଚଳ ଆଶା ବଢ଼ିଲା

ଖୋର୍ଦ୍ଧା: ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବହୁପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ। ପ୍ରକଳ୍ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଯୋଡ଼ି ହୋଇଛି। ଦୁଇଟି ଉଚ୍ଚ ଭାୟାଡକ୍ଟ ଉପରେ ରେଳ ଇଞ୍ଜିନ୍ ଗଡ଼ିବା ପରେ ଏବେ ୭ ନମ୍ବର ଟନେଲ ଭିତରେ ମଧ୍ୟ ପରୀକ୍ଷାମୂଳକ ଭାବେ ଇଞ୍ଜିନ୍ ଚଳାଚଳ କରାଯାଇଛି। ପ୍ରାୟ ୬୦ କିଲୋମିଟର ବେଗରେ ଟନେଲ ଭିତରେ ଇଞ୍ଜିନ୍‌ର ପରୀକ୍ଷାମୂଳକ ଚଳାଚଳ ହୋଇଥିବା ଜଣାପଡ଼ିଛି।

ଠିକା ସଂସ୍ଥା ପକ୍ଷରୁ ଏହି ପରୀକ୍ଷାମୂଳକ ଇଞ୍ଜିନ୍ ଚଳାଚଳ କରାଯାଇଛି। ପୁରୁଣାକଟକରୁ ଚାରିଛକ ପର୍ଯ୍ୟନ୍ତ ରେଳ ଚଳାଚଳ ପାଇଁ ଟ୍ରାକ୍ ଏବଂ ଷ୍ଟେସନ୍ ନିର୍ମାଣ କାମ ଆଗକୁ ବଢ଼ିଥିବା ବେଳେ ଏବେ ପାରିପାର୍ଶ୍ୱିକ କାମ ଜାରି ରହିଛି। ଚାରିଛକ ଷ୍ଟେସନ୍‌ର କାର୍ଯ୍ୟ ମଧ୍ୟ ଅଧିକାରୀମାନେ ସମୀକ୍ଷା କରିଛନ୍ତି ଏବଂ ଶୀଘ୍ର କାମ ଶେଷ କରି ରେଳ ସେବା ଆରମ୍ଭ କରିବା ଦିଗରେ ଗୁରୁତ୍ୱ ଦିଆଯାଉଛି।

ପୁରୁଣାକଟକରୁ ଚାରିଛକ ପର୍ଯ୍ୟନ୍ତ ରେଳ ଚଳାଚଳ ପୂର୍ବରୁ ରେଳ ସୁରକ୍ଷା ସମ୍ପର୍କିତ ଯାଞ୍ଚ ହେବାର ରହିଛି। ଏହି ଯାଞ୍ଚ ସଫଳ ହେବା ପରେ ଆବଶ୍ୟକ ଅନୁମତି ମିଳିଲେ ଚାରିଛକ ଷ୍ଟେସନ୍‌କୁ ରେଳ ଗଡ଼ିବାର ରାସ୍ତା ସଫା ହେବ। ଏହା ସହିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଆଉ ଏକ ପଦକ୍ଷେପ ଆଗକୁ ବଢ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories