ବୀରମହାରାଜପୁର ହାଇ ସ୍କୁଲ ରେ ଜାତୀୟ ଗ୍ରାମାଞ୍ଚଳ ମେଧା ବୃତ୍ତି ପରୀକ୍ଷା ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ମଙ୍ଗଳବାର ଜାତୀୟ ଗ୍ରାମାଞ୍ଚଳ ମେଧା ବୃତ୍ତି ( NRTS) ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ151 ଜଣ ଛାତ୍ର/ଛାତ୍ରୀ ଙ୍କ ମଧ୍ୟରୁ 148 ଜଣ ପରୀକ୍ଷା ଦେଇ ଥିବା ବେଳେ 3 ଜଣ ଅନୁପସ୍ଥିତ ଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ସୁପରିଟେଣ୍ଡେଣ୍ଟ ଦାୟିତ୍ୱ ନିର୍ବାହ କରିଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଅଭିଷେକ ଭୁଏ କେନ୍ଦ୍ର ନିରୀକ୍ଷଣ କରି ପରୀକ୍ଷା ପରିଚାଳନା ରେ ସନ୍ତୋଷ ପ୍ରକାଶ କରିଥିଲେ ।

