Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Textbook Error: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଗାନ୍ଧୀ ମାର୍ଗରେ ବିଜେଡିର ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ବିଜେଡିର ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ବିକ୍ଷୋଭ କରାଯାଇଛି। ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ଶତାଧିକ କର୍ମୀ ବିଧାନସଭା ଘେରାଉ ଉଦ୍ୟମ କରିଛନ୍ତି। ଆନ୍ଦୋଳନକାରୀମାନେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିବା ସହ ପିଲାମାନଙ୍କୁ ତ୍ରୁଟିମୁକ୍ତ ନୂଆ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ଦାବି କରିଛନ୍ତି।

ମଙ୍ଗଳବାର ମଧ୍ୟ ଗାନ୍ଧୀ ମାର୍ଗରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଧାରଣା ଦିଆଯାଇଥିଲା। ଆଜି ବିଭିନ୍ନ ଜିଲ୍ଲାରୁ ସାଂଗଠନିକ କାର୍ଯ୍ୟକର୍ତ୍ତା ଆସି ବିକ୍ଷୋଭରେ ସାମିଲ ହୋଇଥିବାରୁ ବିଧାନସଭା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗାନ୍ଧୀ ମାର୍ଗରେ ବହୁ ସଂଖ୍ୟକ ପୋଲିସ ମୁତୟନ ହୋଇଛନ୍ତି। ବିଧାନସଭା ଘେରାଉ ଉଦ୍ୟମ ବେଳେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ବିଜେପି ବିଧାନସଭା ଭିତରେ ମଧ୍ୟ ନାରାବାଜି କରିଛି। ଏହା ଯୋଗୁଁ ବାଚସ୍ପତି ବିଧାନସଭାର କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିବା ଦାବି କରାଯାଇଛି। ସେହିପରି MMDR ପ୍ରସଙ୍ଗକୁ ନେଇ କଂଗ୍ରେସ ମଧ୍ୟ ବିକ୍ଷୋଭ କରୁଛି। ଫଳରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭା ଓ ଏହାର ବାହାରେ ରାଜନୈତିକ ଆନ୍ଦୋଳନ ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ