Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Textbook Error: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୫ଟି ବହିରେ ହଜାରେରୁ ଅଧିକ ଭୁଲ୍‌!୪ ଅଧିକାରୀଙ୍କ ନିଲମ୍ବନ ସୁପାରିଶ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ଚାଲିଥିବା ଯାଞ୍ଚର ଚୂଡ଼ାନ୍ତ ରିପୋର୍ଟ ଆସିଛି। ୫୫ଟି ପାଠ୍ୟପୁସ୍ତକର ପୁନଃ ସମୀକ୍ଷା ପରେ ମୋଟ ୧,୭୩୧ଟି ତ୍ରୁଟି ଚିହ୍ନଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିରୁ ୫ଟି ତ୍ରୁଟିକୁ ଗୁରୁତର ତଥ୍ୟଗତ ଭୁଲ୍‌ ବୋଲି କୁହାଯାଇଛି। କେବଳ ଛାପା ଭୁଲ୍‌ ନୁହେଁ, ବହିରେ ତଥ୍ୟ, ଭାଷା, ଚିତ୍ର ଏବଂ ବିଷୟବସ୍ତୁ ସମ୍ପର୍କିତ ତ୍ରୁଟି ମଧ୍ୟ ରହିଥିବା କମିଟି ଦର୍ଶାଇଛି।

ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଏହି ଯାଞ୍ଚ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି। କମିଟି ୫୫ଟି ବହିକୁ ପୁଣିଥରେ ଯାଞ୍ଚ କରିବା ପରେ ଭିନ୍ନ ଭିନ୍ନ ପ୍ରକାରର ତ୍ରୁଟି ଚିହ୍ନଟ କରିଛି। ଅର୍ଥାତ୍‌, ତ୍ରୁଟି କେବଳ ବନାନ କିମ୍ବା ଛାପାରେ ସୀମିତ ନଥିଲା; କିଛି ସ୍ଥାନରେ ତଥ୍ୟ ଉପସ୍ଥାପନ, ଭାଷା, ଚିତ୍ର ଏବଂ ପାଠ୍ୟବିଷୟରେ ମଧ୍ୟ ସମସ୍ୟା ଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।

ଏହି ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସୁପାରିଶ କରାଯାଇଛି। ରିପୋର୍ଟ ଅନୁସାରେ ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରିବା ପାଇଁ ସୁପାରିଶ ହୋଇଛି। ଏବେ ସରକାରୀ ସ୍ତରରେ ରିପୋର୍ଟର ପରବର୍ତ୍ତୀ ସମୀକ୍ଷା ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ। ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସୁଧାରିବା ସହ ଭବିଷ୍ୟତରେ ଏଭଳି ସମସ୍ୟା ଯେପରି ନହୁଏ, ସେଥିପାଇଁ ପୁନଃ ସମୀକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକତା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories