Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bharat Taxi: ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ ‘Bharat Taxi’ ସେବା, ବିଧାନସଭାରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ‘Bharat Taxi’ ସେବା ଆରମ୍ଭ ହେବାର ରାସ୍ତା ଖୋଲିଛି। ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏନେଇ ସୂଚନା ଦେଇଥିବା ଜଣାପଡ଼ିଛି। ‘Bharat Taxi’ ହେଉଛି ସମବାୟ ଭିତ୍ତିକ ride-hailing platform, ଯେଉଁଥିରେ ଡ୍ରାଇଭରମାନଙ୍କୁ ‘Sarathi-owner’ ମଡେଲରେ ସମବାୟର ମାଲିକାନା ଓ ପରିଚାଳନାରେ ଭାଗ ନେବାର ସୁଯୋଗ ରହିଛି। କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରଣାଳୟ ଅଧୀନରେ ଏହି ପ୍ଲାଟଫର୍ମକୁ ୫ ଫେବ୍ରୁଆରୀ ୨୦୨୬ରେ ଲଞ୍ଚ କରାଯାଇଥିଲା।

ବର୍ତ୍ତମାନ ‘Bharat Taxi’ ଦିଲ୍ଲୀ-ଏନସିଆର ଏବଂ ଗୁଜରାଟର କିଛି ସହରରେ ଚାଲୁଛି। କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ଆଗାମୀ ପର୍ଯ୍ୟାୟରେ ଦେଶର ଟିଅର-୨ ଓ ଟିଅର-୩ ସହର ସହ ଜିଲ୍ଲା ଓ ତହସିଲ ସ୍ତରକୁ ମଧ୍ୟ ଏହି ସେବା ବଢ଼ାଇବାର ଲକ୍ଷ୍ୟ ରହିଛି। ଏହି ପ୍ଲାଟଫର୍ମରେ zero-commission ମଡେଲ୍‌ ରହିଛି ଏବଂ ଡ୍ରାଇଭରମାନେ ନିଜ ଆୟର ଅଧିକ ଅଂଶ ରଖିପାରିବେ। ଯାତ୍ରୀଙ୍କ ପାଇଁ ମୋବାଇଲ୍‌ ଆପ୍‌ ମାଧ୍ୟମରେ ରାଇଡ୍‌ ବୁକିଂ, ଯାନର real-time tracking ଏବଂ ୨୪ ଘଣ୍ଟିଆ customer support ଭଳି ସୁବିଧା ରହିଛି।

ଓଡ଼ିଶାରେ ଏହି ସେବା କେବେଠାରୁ ଏବଂ କେଉଁ ସହରରୁ ଆରମ୍ଭ ହେବ, ତାହା ଚୂଡ଼ାନ୍ତ ନୀତି ଓ ପ୍ରଶାସନିକ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ। ରାଜ୍ୟରେ ସେବା ଆରମ୍ଭ ହେଲେ ଆପ୍‌ ଭିତ୍ତିକ ଯାତାୟାତ କ୍ଷେତ୍ରରେ ଯାତ୍ରୀ ଓ ଡ୍ରାଇଭରଙ୍କ ପାଇଁ ଆଉ ଏକ ବିକଳ୍ପ ସୃଷ୍ଟି ହୋଇପାରେ। ତେବେ ‘Bharat Taxi’କୁ ସରକାର ସିଧାସଳଖ ପରିଚାଳନା କରୁଥିବା ଟ୍ୟାକ୍ସି ସେବା ବୋଲି ନୁହେଁ, ବରଂ ସମବାୟ ଭିତ୍ତିକ ରାଇଡ୍‌-ହେଲିଂ ପ୍ଲାଟଫର୍ମ ଭାବେ ବୁଝିବା ଉଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories