Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Assembly: ଦୁଇ ପ୍ରସଙ୍ଗରେ ସରକାରକୁ ଘେରିଲା ବିରୋଧୀ, ବହି ପ୍ରସଙ୍ଗକୁ ନେଇ ବାହାରେ ନେତା,MMDRକୁ ନେଇ ଭିଡ଼ିଓରେ ସୁଜାତା

ଭୁବନେଶ୍ୱର: ଓଡ଼ିଶାରେ ବିଜେଡି ଏବେ ଦୁଇଟି ପ୍ରମୁଖ ପ୍ରସଙ୍ଗକୁ ନେଇ ସରକାର ବିରୋଧରେ ଆକ୍ରମଣାତ୍ମକ ଆନ୍ଦୋଳନ ଜାରି ରଖିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଏବଂ MMDR Amendment Actକୁ ନେଇ ବିରୋଧୀ ଦଳ ବିଧାନସଭା ଭିତରେ ଓ ବାହାରେ ସରକାରକୁ ଘେରିଛି। ନୂଆ ପାଠ୍ୟପୁସ୍ତକରେ ପ୍ରାୟ ୧,୭୦୦ ତ୍ରୁଟି ଚିହ୍ନଟ ହୋଇଥିବା ନେଇ ଏକ ତିନିଜଣିଆ ତଦନ୍ତ କମିଟି ମଧ୍ୟ ରିପୋର୍ଟ ଦେଇଛି। ରିପୋର୍ଟରେ ଏହା କେବଳ ପ୍ରିଣ୍ଟିଂ ଭୁଲ ନୁହେଁ, ବରଂ ତଥ୍ୟ, ଭାଷା, ବିଷୟବସ୍ତୁ ଓ ଚିତ୍ର ସମ୍ବନ୍ଧୀୟ ତ୍ରୁଟି ବୋଲି ମଧ୍ଯ ଦର୍ଶା   ଯାଇଛି।

ଏହି ପ୍ରସଙ୍ଗକୁ ନେଇ ବିଜେଡିର ଯୁବ ଓ ଛାତ୍ର ସଂଗଠନ ଭୁବନେଶ୍ୱରରେ ଆନ୍ଦୋଳନ କରିବା ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି। ଦଳର ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିଛନ୍ତି। ସେପ୍ଟେମ୍ବର ୨୨ ଓ ୨୩ରେ ବିଧାନସଭାରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରତିବାଦ କରିବାରୁ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ବିଜେଡି ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ ଉଠାଇଥିବା ବେଳେ କଂଗ୍ରେସ MMDR ସଂଶୋଧନ ଆଇନ ପ୍ରତ୍ୟାହାର ଦାବି କରିଛି।

ଅନ୍ୟପଟେ, MMDR Amendment Actକୁ ନେଇ ମଧ୍ୟ ଓଡ଼ିଶାର ରାଜନୀତି ସରଗରମ ହୋଇଛି। ବିରୋଧୀମାନେ ଏହି ଆଇନର ବିଭିନ୍ନ ପ୍ରଭାବକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ ବିଧାନସଭାରେ ପ୍ରତିବାଦ ଯୋଗୁଁ ପ୍ରଶ୍ନକାଳ ସମେତ ଗୃହକାର୍ଯ୍ୟ ପ୍ରଭାବିତ ହୋଇଛି। ଏହା ସହ ବିଜେଡିରେ ପୂର୍ବତନ IAS ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଯୋଗଦାନ ମଧ୍ୟ ଦଳୀୟ ରାଜନୀତିରେ ଚର୍ଚ୍ଚାରେ ରହିଛି। ସେ ଜୁନ୍ ୨୦୨୬ରେ ବିଜେଡିରେ ଜଣେ ସାଧାରଣ ସଦସ୍ୟ ଭାବେ ଯୋଗ ଦେଇଥିଲେ। କିନ୍ତୁ ଏବେ ଦଳର ଏକ ସାଧାରଣ କର୍ମୀ ନୁହଁ ବରଂ ଦଳର ନେତୃତ୍ୱରେ ତାଙ୍କର ଏକ ମୁଖ୍ୟ ଭୂମିକା ରହିଥିବା ଅନୁମାନ କରାଯାଉଛି । ନିକଟରେ MMDR ଆକ୍ଟ ଏବଂ ପୂର୍ବ ସରକାରଙ୍କ ସମୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ସମ୍ପାଦନ ହୋଇଥିବାର ଉଦାହରଣ ଦେଇ  ବର୍ତ୍ତମାନର ସରକାରଙ୍କୁ  ଟାର୍ଗେଟ କରିଛନ୍ତି ସୁଜାତା । ଏନେଇ ସେ ସୋସିଆଲ ମିଡ଼ିଆ   Instagram ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ଅନ୍ୟପଟେ zenG ଙ୍କୁ ଆକର୍ଷିତ କରିବାକୁ ବିଜେଡ଼ିର ଏକ ଅଭିନବ ପ୍ରୟାସ। ଭାବେ ଏହାକୁ ଦେଖାଯାଉଛି। ବର୍ତ୍ତମାନ ରାଜରାସ୍ତାର ଆନ୍ଦୋଳନ, ବିଧାନସଭାର ହଙ୍ଗାମା ଓ ଦଳର ନୂଆ ରାଜନୈତିକ ଗତିବିଧି ଏସବୁକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ