Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Tiger Enters House: ଘର ଭିତରକୁ ପଶିଲା ମହାବଳ ବାଘ, ବାହାରେ ଜଗିଛି ବନ ବିଭାଗ; ଭୟରେ ଗାଁଲୋକେ

ମୟୂରଭଞ୍ଜ:,ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ଖପରଖାଇ ଗାଁରେ ମହାବଳ ବାଘକୁ ନେଇ ଆତଙ୍କ ଦେଖାଦେଇଛି। ଗତ ୩ ଦିନ ଧରି ଅଞ୍ଚଳରେ ବାଘର ଗତିବିଧି ନେଇ ଲୋକେ ଚିନ୍ତିତ ଥିବା ବେଳେ ଗୁରୁବାର ରାତିରେ ଜଣେ ବ୍ୟକ୍ତିଙ୍କ ଘର ବାଡ଼ିରେ ବାଘଟିକୁ ଦେଖିବାକୁ ମିଳିଥିଲା। ପରିବାର ଲୋକେ ବାଘକୁ ଦେଖି ଭୟଭୀତ ହୋଇ ବନ ବିଭାଗକୁ ସୂଚନା ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆଲୋକ ବନ୍ଦ କରିବା ପରେ ବାଘଟି ସେଠାରୁ ଚାଲିଯାଇଥିଲା।

ତେବେ କିଛି ସମୟ ପରେ ବାଘଟି ଗାଁର ଅନ୍ୟ ଜଣଙ୍କ ଘର ଭିତରକୁ ପଶିଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବନ ବିଭାଗର ଟିମ୍‌ ଉପସ୍ଥିତ ରହି ବାଘର ଗତିବିଧି ଉପରେ ନଜର ରଖିଛି। ବର୍ତ୍ତମାନ ସୁଦ୍ଧା ବାଘଟି ଘର ଭିତରୁ ବାହାରିନଥିବାରୁ ଗାଁରେ ଚିନ୍ତା ବଢ଼ିଛି। ବାଘକୁ ସୁରକ୍ଷିତ ଭାବେ ଘରରୁ ବାହାର କରିବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ଜାରି ରହିଛି।

ବାଘ ଘର ଭିତରେ ଥିବାରୁ ସ୍ଥାନୀୟ ଲୋକଙ୍କୁ ଘଟଣାସ୍ଥଳଠାରୁ ଦୂରେ ରହିବା ଏବଂ ବନ ବିଭାଗର ନିର୍ଦ୍ଦେଶ ମାନିବାକୁ କୁହାଯାଉଛି। ବାଘକୁ ଦେଖିବା ପାଇଁ ଭିଡ଼ କରିବା କିମ୍ବା ନିକଟକୁ ଯିବା ଉଚିତ ନୁହେଁ। ବନ ବିଭାଗ ବାଘକୁ ନିରାପଦ ଭାବେ ବାହାର କରିବା ପର୍ଯ୍ୟନ୍ତ ଲୋକେ ସତର୍କ ରହିବା ସହ ଅଧିକାରୀଙ୍କ ପରାମର୍ଶ ଅନୁସରଣ କରିବା ଆବଶ୍ୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories