Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Cooperative: ‘ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ, ପ୍ରତ୍ୟେକ ଗ୍ରାମୀଣ ପରିବାରରୁ ଜଣେ ସଦସ୍ୟଙ୍କୁ ଯୋଡ଼ିବାକୁ ରହିଛି ଲକ୍ଷ୍ୟ

ଭୂବନେଶ୍ୱର:ରାଜ୍ୟର ସମବାୟ କ୍ଷେତ୍ରକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ମେଗା ସମବାୟ ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅଭିଯାନ ଅଧୀନରେ ରାଜ୍ୟର ପ୍ରତ୍ୟେକ ଗ୍ରାମୀଣ ପରିବାରରୁ ଅତିକମରେ ଜଣେ ସଦସ୍ୟଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ଡିଜିଟାଲ କରିବା ପାଇଁ ନୂଆ ମୋବାଇଲ୍ ଆପ୍‌ ମଧ୍ୟ ଶୁଭାରମ୍ଭ କରାଯାଇଛି।

ଚାଷୀଙ୍କୁ ସହାୟତା ଦେବା ପାଇଁ ବଡ଼ମ୍ବା ଓ ଆସିକା ଅଞ୍ଚଳର ଆଖୁଚାଷୀଙ୍କ ନିମନ୍ତେ ଏକର ପିଛା ୧୫ ହଜାର ଟଙ୍କା ଇନପୁଟ୍ ସବସିଡି ଘୋଷଣା କରାଯାଇଛି। ଏଥିସହ ପ୍ରଥମ ଥର ପାଇଁ ୩୨୨ଟି PACS/LAMPSର ୫.୬୫ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ୨୮.୬୨ କୋଟି ଟଙ୍କା ଲାଭାଂଶ ପ୍ରଦାନ କରାଯାଇଛି। ସମବାୟ ବ୍ୟବସ୍ଥାକୁ ଗ୍ରାମୀଣ ଅର୍ଥନୀତି ସହ ଅଧିକ ଯୋଡ଼ିବା ପାଇଁ ୨୧ଟି ଦୁଗ୍ଧ ସଂଗ୍ରହ କେନ୍ଦ୍ର, ୫୦ଟି କୃଷି ସେବା କେନ୍ଦ୍ର, ୬୦ଟି ଖାଉଟି କେନ୍ଦ୍ର ଓ ୨୫୦ଟି ଜନସେବା କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଆଖୁ ଚାଷ ବୃଦ୍ଧି ପାଇଁ ‘Promotion of Sugarcane Production’ ରାଜ୍ୟ ସେକ୍ଟର ଯୋଜନା ମଧ୍ୟ ଆରମ୍ଭ କରାଯାଇଛି।

ଏହାସହ ୧୮୫ଟି ଉନ୍ନୀତ ଧାନ କ୍ରୟ କେନ୍ଦ୍ରର ଲୋକାର୍ପଣ ସହ ରାଜ୍ୟରେ ୧୦୦ଟି ମଡେଲ୍ ମଣ୍ଡି ସ୍ଥାପନ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୪ଟି ମଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଚାଷୀ ଓ ଗ୍ରାମାଞ୍ଚଳର ଲୋକଙ୍କୁ ସମବାୟ ବ୍ୟବସ୍ଥା ସହ ଅଧିକ ଯୋଡ଼ିବା ସହ ସେବା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି। କାର୍ଯ୍ୟକ୍ରମରେ ନୂଆ ନିଯୁକ୍ତିପ୍ରାପ୍ତ ସମବାୟ ନିରୀକ୍ଷକ ଓ OSWC କର୍ମଚାରୀଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories