Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kalinga Ghat: କଳିଙ୍ଗା ଘାଟିରୁ ଗାର୍ଡ ୱାଲ୍‌ ଧସିବା ଘଟଣା; ସ୍ଥିତି ପରଖିଲେ ବିଧାୟକ; ଧସିଥିବା ରାସ୍ତାରେ ନ ଯିବାକୁ ଦେଲେ ପରାମର୍ଶ

କନ୍ଧମାଳ: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ନବନିର୍ମିତ ଗାର୍ଡ ୱାଲ୍‌ ଧସିଯିବା ଘଟଣା ପରେ ସ୍ଥିତି ପରଖିବାକୁ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କଳିଙ୍ଗା ଘାଟିରେ ପହଞ୍ଚିଥିଲେ। ସେ ବିଧାନସଭା ଅଧିବେଶନ ଛାଡ଼ି ଘଟଣାସ୍ଥଳର ସ୍ଥିତି ଜାଣିବା ପାଇଁ ସେଠାକୁ ଯାଇଥିଲେ। ଗତ ୨୩ ତାରିଖରେ ଅନ୍ଧାରକୋଟ ମନ୍ଦିର ପୂର୍ବରୁ ନିର୍ମାଣ ହୋଇଥିବା ଗାର୍ଡ ୱାଲ୍‌ ଧସିଥିଲା।

କଳିଙ୍ଗା ଘାଟିର ଆରମ୍ଭରେ ନାକା ଯାଞ୍ଚ ହେଉଥିବା ସ୍ଥାନରେ ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ବିଧାୟକଙ୍କ ସହ ଆଲୋଚନା କରିଥିଲେ। ତହସିଲଦାର ମୋବାଇଲରେ ରେକର୍ଡ କରାଯାଇଥିବା ଘାଟିର ବର୍ତ୍ତମାନ ସ୍ଥିତିର ଭିଡିଓ ଦେଖାଇ ବିଧାୟକଙ୍କୁ ସୂଚନା ଦେଇଥିଲେ। ଘାଟିରେ ଲଗାତାର ରାସ୍ତା ଧସୁଥିବା ନେଇ ମଧ୍ୟ ତହସିଲଦାର ତାଙ୍କୁ ଜଣାଇଥିଲେ।

ରାସ୍ତା ଧସିଥିବା ସ୍ଥାନରେ ବର୍ତ୍ତମାନ ଯିବା ବିପଦପୂର୍ଣ୍ଣ ହୋଇପାରେ ବୋଲି ସୁରକ୍ଷା ଦୃଷ୍ଟିରୁ ତହସିଲଦାର ବିଧାୟକଙ୍କୁ ସେଠାକୁ ନ ଯିବାକୁ ପରାମର୍ଶ ଦେଇଥିଲେ। ଘାଟିର ସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ରାସ୍ତା ଧସିଥିବା ଅଞ୍ଚଳକୁ ନେଇ ସତର୍କତା ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ