Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nabarangpur Indravati River: ସେଲ୍ଫି ନେବା ବେଳେ ନଦୀକୁ ଖସି ମହିଳା ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନବରଙ୍ଗପୁର: ନବରଙ୍ଗପୁରର ଇନ୍ଦ୍ରାବତୀ ନଦୀ ପୋଲ ଉପରେ ସେଲ୍ଫି ନେଉଥିବା ବେଳେ ନଦୀକୁ ଖସି ଜଣେ ମହିଳା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ବନ୍ୟା ପାଣି ଦେଖିବା ପାଇଁ ମହିଳା ଜଣକ ପରିବାର ସହ ଇନ୍ଦ୍ରାବତୀ ନଦୀ ନିକଟକୁ ଆସିଥିଲେ। ଏହି ସମୟରେ ଫଟୋ ଉଠାଉଥିବା ବେଳେ ସେ ନଦୀରେ ଖସିପଡ଼ିଥିବା ଜଣାପଡ଼ିଛି।

ନିଖୋଜ ମହିଳାଙ୍କୁ ନବରଙ୍ଗପୁର ସହର ମେଦରୀ ସାହିର ସିରିସା ନାଏକ ବୋଲି ଚିହ୍ନଟ କରାଯାଇଛି। ଘଟଣା ପରେ ତୁରନ୍ତ ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲା। ତେବେ ନଦୀରେ ପାଣିର ପ୍ରଖର ସ୍ରୋତ ଥିବାରୁ ରାତିରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଅନ୍ଧାର ହୋଇଯିବାରୁ ରାତିରେ ଅପରେସନ୍‌ ବନ୍ଦ ରଖାଯାଇଥିଲା।

ଆଜି ସକାଳୁ ପୁଣି ରେସ୍କ୍ୟୁ ଟିମ୍‌ ପକ୍ଷରୁ ନଦୀରେ ଖୋଜାଖୋଜି ଜାରି ରହିଛି। ତେବେ ସିରିସା ନାଏକଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି। ନଦୀରେ ପ୍ରବଳ ପାଣି ଓ ସ୍ରୋତ ଥିବାରୁ ଉଦ୍ଧାରକାରୀ ଦଳ ସତର୍କତାର ସହ ଅପରେସନ୍‌ ଚଳାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories