Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Vedanta Hospital: ପଶ୍ଚିମ ଓଡ଼ିଶାରେ ୧,୦୦୦ ଶଯ୍ୟାର ହସ୍ପିଟାଲ ପାଇଁ ପ୍ରସ୍ତାବ, ଝାରସୁଗୁଡ଼ାରେ ବଡ଼ ନିବେଶ ପାଇଁ ଯୋଜନା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଏକ ବଡ଼ ହସ୍ପିଟାଲ ନିର୍ମାଣ ପାଇଁ ବେଦାନ୍ତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି। ପ୍ରସ୍ତାବିତ ହସ୍ପିଟାଲରେ ପ୍ରାୟ ୧,୦୦୦ଟି ଶଯ୍ୟା ରହିବ ବୋଲି ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଏହା ସହ ଝାରସୁଗୁଡ଼ାରେ ୨ ମିଲିୟନ ଟନ୍ କ୍ଷମତାର ଏକ ସ୍ମେଲଟର ପ୍ଲାଣ୍ଟ ସ୍ଥାପନ ପାଇଁ ବେଦାନ୍ତ ଯୋଜନା କରୁଥିବା ଜଣାପଡ଼ିଛି। ଏହି ପ୍ରକଳ୍ପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ନିବେଶ ହେବ ବୋଲି କୁହାଯାଇଛି। ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୫୦୦ ଏକର ଜମି ଯୋଗାଇ ଦେଇଥିବା ଅନୀଲ ଅଗ୍ରୱାଲ କହିଛନ୍ତି।

ସେହିପରି ସିଜିମାଳୀ ଓ କର୍ଲାପାଟ ଖଣିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ହସ୍ପିଟାଲ ଓ ଶିଳ୍ପ ପ୍ରକଳ୍ପ ସମ୍ପର୍କିତ ଏହି ପ୍ରସ୍ତାବଗୁଡ଼ିକ ନେଇ ଆଗାମୀ ଦିନରେ ରାଜ୍ୟ ସରକାର ଓ ବେଦାନ୍ତ ମଧ୍ୟରେ ଆଲୋଚନା ଜାରି ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories