Jaya Bachchan-Kangana Ranaut: ସାମ୍ବାଦିକଙ୍କ ପ୍ରଶ୍ନର ଜବାବବ ଦେବାକୁ ମନା କଲେ ଜୟା, ଟାର୍ଗେଟ କଲେ କଙ୍ଗନା!
ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ କମିଶନ ବିରୋଧରେ INDIA Bloc ପକ୍ଷରୁ ହୋଇଥିବା ପ୍ରତିବାଦରେ ସାମିଲ ହୋଇଥିବା ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ଏବେ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି | ଅକ୍ଟୋବର ୬ରେ ହୋଇଥିବା ଏହି ପ୍ରତିବାଦ ବେଳେ ଜଣେ ରିପୋର୍ଟର ଜୟାଙ୍କୁ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓ’ବ୍ରାଏନ୍ଙ୍କ ହାତରେ ଥିବା ଏକ ପୋଷ୍ଟର ସମ୍ପର୍କରେ ପଚାରିଥିଲେ। ପୋଷ୍ଟରଟି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଥିବା ବେଳେ, ଜୟା ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ରିପୋର୍ଟରଙ୍କ ମାଇକ୍କୁ ହଟାଇ ଦେଇଥିଲେ। ଭାଇରାଲ ଭିଡିଓରେ ସେ ଏହାକୁ ନେଇ ସ୍ପଷ୍ଟ ଜବାବ ଦେବାକୁ ମନା କରୁଥିବା ଦେଖାଯାଇଛି।
ଏହି ସମୟରେ ଜୟା ବଚ୍ଚନ INDIA Blocର ଆନ୍ଦୋଳନର ଉଦ୍ଦେଶ୍ୟକୁ ନେଇ ମଧ୍ୟ ନିଜ ମତ ରଖିଥିଲେ। ଗଣତନ୍ତ୍ରକୁ ବଞ୍ଚାଇବା ଏହି ପ୍ରତିବାଦର ମୂଳ ଲକ୍ଷ୍ୟ ବୋଲି ସେ କହିଥିବା ବେଳେ, ଯେପର୍ଯ୍ୟନ୍ତ ତାଙ୍କ ପାଦ ଚାଲିବ, ସେପର୍ଯ୍ୟନ୍ତ ଆନ୍ଦୋଳନରେ ଚାଲିବେ ବୋଲି କହିଥିଲେ। INDIA Blocର ୧୪୦ରୁ ଅଧିକ ସାଂସଦଙ୍କ ଏହି ମାର୍ଚ୍ଚରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ SIR ପ୍ରକ୍ରିୟାକୁ ନେଇ ବିରୋଧ ଦେଖାଯାଇଥିଲା। ପୋଲିସ ମାର୍ଚ୍ଚକୁ ଅଟକାଇବା ପରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କିଛି ବିରୋଧୀ ନେତାଙ୍କୁ ମଧ୍ୟ ଅଟକ ରଖାଯାଇଥିଲା।
ଜୟା ବଚ୍ଚନଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ଇନ୍ଷ୍ଟାଗ୍ରାମ୍ରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଥିଲେ। କଙ୍ଗନା ଜୟାଙ୍କ ‘କହିବି ନାହିଁ’ ର ଜବାବକୁ ନେଇ ତାତ୍ସଲ୍ୟ କରିବା ସହ, ସେ ଅସଲରେ କ’ଣ କହିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଜୟା ଓ କଙ୍ଗନାଙ୍କ ଭିନ୍ନ ରାଜନୈତିକ ମତ ଥିବାରୁ ଏହି ଘଟଣା ପୁଣିଥରେ ଚର୍ଚ୍ଚାକୁ ଆସିଛି।

