ଡାଲଗୁମାରେ ମଦ ବିରୋଧୀ ଆନ୍ଦୋଳନ ତେଜିଲା, ଦେଶୀ ଓ ବିଦେଶୀ ମଦ ବନ୍ଦ ଦାବିରେ ଚେତାବନୀ ଦେଲେ ମହିଳା।
କଳାହାଣ୍ଡି,୧୦/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ଗ୍ରାମର ମହିଳା ଗୋଷ୍ଠି ମାନେ ଗାଁ ରେ ମଦ ବନ୍ଦ କରିବାକୁ ଶପଥ ନେଇଛନ୍ତି, ଶୁକ୍ରବାର କୋକସରା ପୋଲିସ ରେ ଲିଖିତ ଅଭିଯୋଗ ଦାବିପତ୍ର ପ୍ରଦାନ ପରେ ଶନିବାର ଗାଁ ରେ ମଦ ମାଫିଆ ଙ୍କୁ ଚେତାବନୀ ଦେବାକୁ ଗାଁ ମହିଳା ଗୋଷ୍ଠି ର ଶତାଧିକ ମହିଳା ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଦେଶୀ ଓ ବିଦେଶୀ ମଦ ବିକ୍ରି ବନ୍ଦ କରିବା ଦାବିରେ ଗ୍ରାମ ପରିକ୍ରମା କରିଛନ୍ତି। ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ସହ ମଦମୁକ୍ତ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ କରାଯାଇଛି। ଗ୍ରାମରେ ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରି ମହିଳା ଓ ସଚେତନ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ମଦ ବିରୋଧୀ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ମଦ ବିକ୍ରି ଯୋଗୁଁ ପରିବାର ଓ ସମାଜ ଉପରେ ପଡ଼ୁଥିବା କୁପ୍ରଭାବକୁ ଦୂର କରିବା ସହ ଗ୍ରାମରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନେଇ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ଓ ଗ୍ରାମବାସୀ ଙ୍କ ଏହି ପ୍ରୟାସ କୁ ପୋଲିସ ପ୍ରଶାସନ ସହଯୋଗ କରି ଗ୍ରାମ ରେ ବେଆଇନ ମଦ କୋଠି ବନ୍ଦ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

