Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାନ ପୋଡ଼ାଗୁଡା ଠାରେ ନବ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ଆରମ୍ଭ।

କଳାହାଣ୍ଡି,୧୦/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ଠାରେ ଚଳିତ ବର୍ଷ ମହା ଆଡମ୍ବରରେ ନବ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ଶନିବାର ଅଧିବାସ କଳସ ଯାତ୍ରା,ବିଲ୍ଵ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନ ୧୨ ଘଣ୍ଟା ରୁ ପୂଜାକର୍ତ୍ତା ବରଣ ସହ କଳସ ଯାତ୍ରା ରେ ଘଣ୍ଟୁଆ, ସଂକୀର୍ତ୍ତନ ଦଳ, ବିଭିନ୍ନ ସାଂସ୍କୃତିକ ଦଳ ଯୋଗଦେଇ ଭବ୍ୟ ପରିବେଶ ମଧ୍ୟରେ ଶାରଦୀୟ ଦୁର୍ଗାପୂଜା ର ଅୟ ଆରମ୍ଭ ହୋଇଯାଇଛି। ନବ ଦିନାତ୍ମକ ଦୁର୍ଗା ପୂଜା ବିଜୟା ଦଶମୀ ପର୍ଯ୍ୟନ୍ତ ହେବ। ନବ ଦିନାତ୍ମକ ପୂଜାକର୍ତ୍ତା ଭାବେ ଲକ୍ଷ୍ମଧର ପୂଝାରି, ନରେନ୍ଦ୍ର ମେହେର, ହରେକୃଷ୍ଣ ନାଏକ,ଡମ୍ବରୁ ଧରୁଆ, ଭୋଳାନାଥ ନିଆଳ, ରୀକ୍ଷିରାମ ପୂଝାରି, ଭୁବନେଶ୍ୱର ନିଏଲ, ସୁଶିଳ ମେହେର, ରୁକଚନ ନିଏଲ ସପତ୍ନୀକ ପୂଜାବିଧି ତୁଲାଇବେ।ଚଳିତ ବର୍ଷ ଦୁର୍ଗା ପୂଜା ର ସଭାପତି ଭାବେ କ୍ଷୀରସିନ୍ଧୁ ପୂଝାରି, ଉପ ସଭାପତି ରମେଶ ମେହେର, ସମ୍ପାଦକ ନାଗେଶ ଗୋପାଳ, ସହ ସମ୍ପାଦକ ଅଭିମନ୍ୟୁ ନାଏକ, କୋଷାଧ୍ୟକ୍ଷ ସୁବାଷ ମେହେର, ସହ କୋଷାଧ୍ୟକ୍ଷ ତ୍ରିଶୁଳ ଜୁଏଡ଼ ସମେତ ସଦସ୍ୟ ନବୀନ ପୂଝାରି, ଚୌବନ ମେହେର, ଯୁଗେନ୍ଦ୍ର ଦାସ, ରୀକ୍ଷିରାମ ମେହେର, ସୁରେନ୍ଦ୍ର ଗୋପାଳ, ଭୁପେନ୍ଦ୍ର ଜୁଏଡ଼,ଡିପେନ୍ଦ୍ର ମେହେର, ସନ୍ତୋଷ ମେହେର ଦେବେନ୍ଦ୍ର ମାଝୀ, ଅଜୟ ମାଝୀ ସମେତ ଗ୍ରାମବାସୀ ପ୍ରମୁଖ ସହଯୋଗ କରୁଛନ୍ତି। ନବ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ଅବସରରେ କମିଟି ପକ୍ଷରୁ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ର ହାତକୁ ନିଆଯାଇଥିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ