Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ୟାନ୍ସର ରୋଗ ରେ ପୀଡିତ ଲକ୍ଷ୍ମଣ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।

କୋକସରା:୦୯/୦୬ : ଦିନ ଥିଲା ହସଖୁସିରେ ପରିବାର ମୁହଁରେ ହସ ଫୁଟାଉଥିଲେ ,ଗରିବ ପରିବାର ହୋଇଥିଲେ ମଧ୍ୟ ଦୁଃଖସୁଖ ରେ ପରିବାର କେବେ କୌଣସି ଅସୁବିଧା ଜାଣି ନ ଥିଲେ, ହେଲେ ଦଇବ ବଇରୀ ସାଜିଲା, କ୍ୟାନ୍ସର ରେ ପୀଡିତ ହେବାପରେ ଦୁଖଃ ର ବାଦଲ ଛାଇଗଲା ପରିବାର ଉପରେ, କଟା ଗୋଡରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ଗ୍ରାମର ଲକ୍ଷ୍ମଣ ମାଝୀ(୬୫) ଆଜିକୁ ପ୍ରାୟ ଦୁଇ ମାସ ତଳେ ଲକ୍ଷଣ ମାଝୀ ଙ୍କ ଗୋଡ଼ରେ ଘା ହୋଇଥଲା, ଧର୍ମଗତ ହସ୍ପିଟାଲରେ ଡାକ୍ତର ଙ୍କୁ ଦେଖେଇବା ପରେ ଡାକ୍ତର ତାଙ୍କ ଗୋଡ଼ ର ଆଙ୍କୁଲି କୁ କାଟି ଦେଇଥିଲେ। ପରେ କେତେ ଦିନ ଗଲାପରେ ପୁଣି କାଟି ଥିବା ଆଙ୍କୁଲି ରେ ଗଭୀର କ୍ଷତ ହେବାରେ ଲାଗିଲା ପରେ ପୁଣିଥରେ ଧର୍ମଗଡ ଡାକ୍ତର ଖାନାକୁ ଯିବାରୁ ଡାକ୍ତର ତାଙ୍କୁ କ୍ୟାନ୍ସର ହୋଇଛି ବୋଲି କହିବା ସହ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ, ପରେ ଲକ୍ଷ୍ମଣ ପଡୋଶୀ ରାଜ୍ୟ ନ ରାୟପୁର ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବାପରେ ତାଙ୍କୁ ଅସ୍ତ୍ରୋପଚାର କରି ତାଙ୍କ ବାମ ଗୋଡ଼ କୁ କଟାଯାଇଛି। ଏବେ ସେ ଘରେ ଅସହାୟ ଅବସ୍ଥାରେ ପଡି ରହିଛନ୍ତି ଆଗକୁ ପୁଣି ଚିକିତ୍ସା ପାଇଁ ଅସମର୍ଥ , ଗୁରୁବାର ଲକ୍ଷ୍ମଣ ଙ୍କ ରୋଗ ସମ୍ପର୍କରେ ଅବଗତ ହେବାପରେ କୋକସରା ବ୍ଲକ ଅଳ ଓଡିଶା ଶିଡୁଲ କାଷ୍ଟ ଫେଡରେସନ ର କର୍ମକର୍ତ୍ତା ଧବଳେଶ୍ବର ନାଗ, ରମେଶ ଚନ୍ଦ୍ର ଦୁର୍ଗା, କୌଶିକ ଦୁରିଆ,ଖଗେଶ୍ୱର ନାଏକ, ତ୍ରିଲୋକ୍ୟ ବେଶ୍ରା ପ୍ରମୁଖ ପୀଡିତ ଙ୍କ ନିକଟରେ ପହଞ୍ଚି କିଛି ଆର୍ଥିକ ସହାୟତା ଯୋଗାଇ ଦେବାସହ ଏନେଇ ବ୍ଳକ ପ୍ରଶାସନ କୁ ଅବଗତ କରି ଚିକିତ୍ସା ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ