Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝିରିଆ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ (ସୁରଭି) କାର୍ଯ୍ୟକ୍ରମ ସି ଆର ସିସି ବିନୟ ବିଶ୍ଵlଲ ଙ୍କ ତତ୍ଵାବଧାନ ରେ କେନଝିରିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର ଅଧୀନରେ ଥିବା ୯ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବୀରମହାରାଜପୁର ଗୋଷ୍ଠୀ କାର୍ଯ୍ୟଳୟ ର ଏ ବି ଇ ଓ ବାରଣl ଡୁଙ୍ଗ ଡୁଙ୍ଗ ଓ ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଦେହୁରୀ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ଉକ୍ତ ସୁରଭି କାର୍ଯ୍ୟକ୍ରମ ରେ କ୍ଲଷ୍ଟର ଅନ୍ତର୍ଗତ ୯ଟି ସ୍କୁଲରୁ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଚିତ୍ରାଙ୍କନ , ହସ୍ତାକ୍ଷର, ଶୃତଲିଖନ, ପ୍ରବନ୍ଧ, ସଙ୍ଗୀତ, ଶିଳ୍ପକଳା, ବକ୍ତୃତା, କ୍ଟିଜ୍,ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବୀନ ସୁନ୍ଦର ଜଗଦଲା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ଶିକ୍ଷାବିତ ନାରାୟଣ ଦେହୁରୀ ମୁଖ୍ୟ ଅତିଥି, ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ , ସହକାରୀ ଶିକ୍ଷକ ଖଇରମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ କରୁଣାକର ବିଶି ରବୀନ୍ଦ୍ର ନାଥ ସାହୁ , ବାଘରତୈଳl ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ ସାହୁ , ସ୍କୁଲ ପରିଚାଳନା କମିଟି ର ସଭାପତି ଗୁଣସାଗର କର୍ଣ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଂକୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ କୁ ଖଇରମାଳ ଉଚ୍ଚ ପ୍ରlଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଚ୍ୟୁତାନନ୍ଦ କୁରୁକୁରିଆ ଅତିଥି ପରିଚୟ ପ୍ରଦାନ କରିଥିଲେ l ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ର ଶିକ୍ଷକ ଦୀନବନ୍ଧୁ ପଧାନ ମଞ୍ଚ ପରିଚାଳନା କରିଥିଲେ ଏବଂ ଶେଷରେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଯିବର୍ଧନ ରଣା ଧନ୍ୟବାଦ ପ୍ରଦାନ କରିଥିଲେ । କ୍ଲଷ୍ଟର ର ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟର ସଂଜୟ ମିଶ୍ର , ଗୋପାଳ ଝାଙ୍କର , କ୍ଷୀରୋଦ ପଧାନ , ପ୍ରମୋଦପାତ୍ର , ଅଚ୍ୟୁତାନନ୍ଦ ପାଣ୍ଡେ , ସରୋଜ ସାହୁ , ରାଜେଶ ପାତ୍ର , ସ୍ବର୍ଣ୍ଣ ଲତା ସାହୁ , ଇନ୍ଦ୍ରଜିତ ଦାଶ , ବିଭୀଷଣ ପ୍ରଧାନ ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ