ଚୌକା ଭୁବନେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ନବରାତ୍ର ପୂଜା ଆରମ୍ଭ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚୌକା ବାବା ଭୂବନେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ନବରାତ୍ର ପୂଜା କମିଟି ପକ୍ଷରୁ ରବିବାର କଳସ ଯାତ୍ରା ସହିତ ଶୈଳପୂତ୍ରୀ ପୂଜା ଆରମ୍ଭ ହୋଇଯାଇଛି। ସ୍ଥାନିୟ ବାଇଗଣ ଜୋର ରୁ ବିରାଟ ଶୋଭାଯାତ୍ରାରେ କମିଟିର ସଦସ୍ୟ ମାନଙ୍କ ଦ୍ଵାରା ଢୋଲ ମହୁରୀ ଶଙ୍ଖ ଏବଂ ନିଶାନ ବଜାଇ ମନ୍ଦିର ପର୍ଯ୍ୟନ୍ତ କଳସ ଶୋଭା ଯାତ୍ରା କରାଯାଇଥିଲା l ଏହା ରବିବାର ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ତାରିଖ ଦଶହରା ପର୍ଯ୍ୟନ୍ତ ଜଗତ ଜନନୀ ମା ଦୂର୍ଗାଙ୍କ ପୂଜା ମହାସମାରୋହରେ ପାଳନ କରାଯିବ ବୋଲି ନବରାତ୍ର ପୂଜା କମିଟି ର ସଭାପତି ଉପେନ୍ଦ୍ର ମହାକୁର ସୂଚନା ଦେଇଛନ୍ତି। ସମ୍ପାଦକ ପ୍ରଦୀପ ଦାସ ଉପସଭାପତି ରାଜେନ୍ଦ୍ର ପ୍ରଧାନ , କୋଷାଧ୍ୟକ୍ଷ ମଧୁସୂଦନ କର୍ଣ୍ଣ, ସହ ସମ୍ପାଦକ ଆଶୁତୋଷ ଝାଙ୍କର, ବରିଷ୍ଠ ସଦସ୍ୟ ଲବକୁମାର ଭୁକ୍ତା , ଜଗବନ୍ଧୁ ବେରିହା, ଦୀନକୃଷ୍ଣ ଶଙ୍ଖୁଆ,ସୁଜିତ୍ କୁମାର ପ୍ରଧାନ,ପବିତ୍ର ମିଶ୍ର(ମୁନା ),ଦିଲ୍ଲିପ ପ୍ରଧାନ, ଶୁଶାନ୍ତ ଭୋଇ, ଜିତେନ୍ଦ୍ର ଭୋଇ, ଦେବେନ୍ଦ୍ର ସେଠି, ଅଚ୍ୟୁତ ପାତ୍ର, ମୋନଜ ଲଉରିଆ, ସୁଧିର ଭୁକ୍ତା, ଚତୁର୍ଭୁଜ ଭୁକ୍ତା, ହ୍ରୁଦାନନ୍ଦ ଭୁକ୍ତା, ଗୋପାଳ ଦେହେରି, ଗୋବିନ୍ଦ ଦେହୁରୀ,ଅନନ୍ତ ମହାକୁର, ପପୁନ ପଧାନ, ବାବୁଲାଲ ମିଶ୍ର , ଜୟୀରାମ ଡାଙ୍ଗ, କୃଷ୍ଣଚନ୍ଦ୍ର ଲଉରିଆ, ବିଜୟ ପଧାନ, ସରତ ଭୋଇ, ପ୍ରହଲ୍ଲାଦ ଅମାତ୍, ସୁରେନ୍ଦ୍ର ଭୋଇ, ବାମଦେବ ପଧାନ ଗୋପାଳ ଦେହୁରୀ ସଞ୍ଜିପ ପଧାନ , ମୂରଲୀଧର ପଧାନ, ପୂଜକ ଆଦର୍ଶ ଦାସ , ମନ୍ଦିର ପୂଜକ ସଞ୍ଜିପ ଖମାରି ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

