Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୌଳିକ ସ୍ବକ୍ଷରତା ଓ ସଂଖ୍ଯାଜ୍ଞାନ ଜନ ଜାଗରଣ

ବରପାଲି : ବରପାଲି ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ଭିନ୍ନଭିନ୍ନ କ୍ଳଷ୍ଟର ମାନଙ୍କରେ ମୌଳିକ ସ୍ବାକ୍ଷରତା ଓ ସଂଖ୍ଯାଜ୍ଞାନ ସମ୍ପର୍କିତ ଜନ ଜାଗରଣ କାର୍ଯ୍ଯକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ବରପାଲି ବ୍ଳକ ତେଜଙ୍ଗ କ୍ଳଷ୍ଟର ଜୁହ୍ନାବ୍ରାହ୍ମଣୀ ୟୁଜିୟୁପି ବିଦ୍ଯାଳୟ ପରିସରରେ କ୍ଳଷ୍ଟର ସଂଯୋଜକ ସଂଜୟ କୁମାର ସାହୁଙ୍କ ତତ୍ବାଧାନରେ କାର୍ଯ୍ଯକ୍ରମ ସଞ୍ଚାଳିତ ହୋଇଥିଲା। ମୂଖ୍ଯଅତିଥି ଭାବରେ ତିଲେଇମାଲ ସରପଞ୍ଚ ପ୍ରତିନିଧି ରାଧେଶ୍ଯାମ ମିଶ୍ର କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ନାଏବ ସରପଞ୍ଚ ରାଜେନ୍ର୍ଦ ଯୁଆଡି,ୱାଡସଭ୍ଯା ପ୍ରିତି ପ୍ରଧାନ,ଅବସର ପ୍ରାପ୍ତ ଶିକ୍ଷକ ଦଶରଥ ପାଣ୍ଡେ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ସ୍କୁଲ ପରିସରରୁ ବେନର ପୋଷ୍ଟର ଧରି ସଚେତନତା ଶୋଭାଯାତ୍ରା ପରିକ୍ରମା ମାଧ୍ଯମରେ ଜନ ଜାଗରଣ କରାଯାଇଥିଲା। ପରେ ସ୍କୁଲ ପରିସରରେ ଅତିଥି ମାନଙ୍କୁ ନେଇ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ପ୍ରାଥମିକ ଶିକ୍ଷାର ମୌଳିକତା ସମ୍ପର୍କିତ ବିଷୟକୁ ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ ଶିକ୍ଷାକର୍ମି ଓ ଅତିଥି ମାନଙ୍କ ଗହଣରେ ଗ୍ରାମବାସୀ ମିଳିତ ଭାବେ ସଙ୍କଳ୍ପ ନେଇଥିଲେ। ସ୍କୁଲ ପ୍ରଧାନଶିକ୍ଷକ ମେଘନାଥ ମେହେର ଧନ୍ଯବାଦ ଜଣାଇଥିଲେ। ପରିଚାଳନାରେ ଶିକ୍ଷକ ପ୍ରଦିପ ମେହେର, ଦିପକ ପ୍ରଧାନ,ବିକାଶ ପଧାନ, ସୁଦାମ ତାଣ୍ତି,ଲିଙ୍ଗରାଜ ପାଣ୍ତେ, ସୁରେନ୍ର୍ଦ ଗୁରୁ,ସୂରଥ ମେହେର ପ୍ରମୁଖ ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ