Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଆନ୍ଧ୍ର ସୀମାନ୍ତ ଗ୍ରାମବାସୀ ହେଲେ ଏକାଠି

ପଟ୍ଟାଙ୍ଗି:- କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା ତଲଗଲୁର ପଞ୍ଚାୟତ ର ଆନ୍ଧ୍ର ସୀମା କୁ ଲାଗି ରହିଥିବା ଓଲାପାରୁ ଗ୍ରାମରେ ଏକାଠି ହୋଇଥିଲେ ୧୫ଟି ଗ୍ରାମବାସୀ ।ସୂଚନା ଅନୁଯାଇ ଉକ୍ତ ଗ୍ରାମରେ ପଞ୍ଚାୟତର ୧୧ଗୋଟି ୱାର୍ଡ ସଭ୍ୟ ସଭ୍ୟା ଏବଂ ଗ୍ରାମର ନାୟକ ପ୍ରମୁଖଙ୍କ ନେତୃତ୍ୱରେ ହୋଇଥିଲା ଏକ ବୈଠକ । ଉକ୍ତ ବୈଠକରେ ଉପସ୍ଥିତ ରହିଥିବା ଗ୍ରାମର ନାୟକ ଓ ଭଦ୍ରବ୍ୟକ୍ତି ପ୍ରମୁଖ ସରକାରଙ୍କ ଦ୍ବାରା ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ପ୍ରହସନ ବୋଲି ମତବ୍ୟକ୍ତ କରି ପଡୋଶୀ ଆନ୍ଧ୍ରର ଉକ୍ତ ବ୍ୟବସ୍ତା କୁ ପ୍ରଶଂସା କରି ଏହିପରି ସ୍ଥିତିରେ ଓଡିଶା ସରକାରଙ୍କ ତରଫରୁ ମିଳୁଥିବା ଭତ୍ତା ଟଙ୍କା ପାଇବା ପାଇଁ ଅନେକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ସେହିପରି ସରକାରଙ୍କ ମାଗଣା ଚାଉଳ ପାଇଁ ୨୦୦ଟଙ୍କା ଖର୍ଚ କରିଲେ ଚାଉଳ ମିଳୁଛି । ତାହା ବି ସଠିକ ସମୟରେ ମିଳୁନାହିଁ । ସେହିପରି ଗ୍ରାମଞ୍ଚଳରେ କିପରି ଉନ୍ନୟନ କାମ ଯଥା ଘାଟ କଟିଙ୍ଗ ,ଜମି ମରାମତି ,ଫାର୍ମ ଫଣ୍ଡ  ଆଦି କାର୍ଯ୍ୟ ଗୁଡିକ ହୋଇ ପାରିବ ଏହାକୁ ନେଇ ବିଗତ ଦିନରେ ପ୍ରତ୍ୟେକ ଗ୍ରାମରେ ବ୍ଲକରୁ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ପହଞ୍ଚି ପ୍ରତ୍ୟେକ ଗ୍ରାମରୁ ୧୦ହଜାର ଟଙ୍କା ଲେଖାଏଁ ଆଦାୟ କରି ନେଇଛନ୍ତି । କିନ୍ତୁ ଅର୍ଥ ଆଦାୟ କରି ନେବା ପର ଠାରୁ ବର୍ତ୍ତମାନ ଯାଏଁ କୌଣସି କାମ ମିଳିଲା ନାହିଁ । ଯାହାକୁ ନେଇ ଉପସ୍ଥିତ ଗ୍ରାମବାସୀ ଏବଂ ଉପରୋକ୍ତ ବ୍ୟକ୍ତି ବିଶେଷ ମାନେ ବ୍ଲକର କେଉଁ ଅଧିକାରୀଙ୍କ ନିର୍ଦେଶ ରେ ଏହିପରି ଅର୍ଥ  ଆଦାୟ କରାଗଲା ବୋଲି ପ୍ରଶ୍ନ ଉଠାଇଥିଲେ ଶେଷରେ ପଞ୍ଚାୟତର ସିଙ୍ଗାରଗୁଡି ,ତେଡା ,ଇପାଲପାଡୁ , ପେଡାକଣ୍ଡ , ତୁମ୍ବିଗୁଡି , ଏକ ଗଲୁରୁ , କୋଟାତେଡା , ଚିକାପାରୁ , ପାନ୍ଦିରି ସିନ୍ତା , କାରୀଗୁଡା , ଓଲାପାରୁ , ମୂଳା ପାଡୁ , ସାବେରି ପାଡୁ ଏବଂ ମୁଟି ସିଡିଙ୍ଗା ପ୍ରମୁଖ ଗ୍ରାମର ଛାତ୍ର ଛାତ୍ରୀ ଅମ୍ପାବାଲି ଆଶ୍ରମ ବିଦ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକର ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢିବା ଯୋଗୁଁ ଅନେକ ସମସ୍ୟାର ସମୁଖିନ ହେଉଛନ୍ତି । ଉକ୍ତ ସମସ୍ୟା ଗୁଡିକୁ ଦୃଷ୍ଟିରେ ରଖି ଓଲାପାରୁ ଗ୍ରାମରେ ଏକ ଆଶ୍ରମ ବିଦ୍ୟାଳୟ ସ୍ଥାପିତ କରିବା ପାଇଁ ବୈଠକରେ ଦାବି ଉଠିଥିଲା । ଏଠାରେ ସୂଚନା ଥାଉ କି ଉପରୋକ୍ତ ସମସ୍ୟା ଗୁଡିକ ମଧ୍ୟରୁ ଯଥା ମାଗଣା ଚାଉଳ ବଣ୍ଠନ ଓ ଭତ୍ତା ଟଙ୍କା ପ୍ରତ୍ୟେକ ଗ୍ରାମବାସୀ କିପରି ସୁରୁଖୁରୁରେ ବା ସୁବିଧାରେ ପାଇପାରିବେ ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆସନ୍ତା ଦିନରେ ସମସ୍ତ ଚାଉଳ କାର୍ଡ ଓ ଭତ୍ତା କାର୍ଡ ନେଇ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଫେରାଇ ଦେବୁବୋଲି ଉପସ୍ଥିତ ସମସ୍ତ ଗ୍ରାମବାସୀ କଢା ଚେତାବନୀ ଦେଇଛନ୍ତି ।
                                    

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ