Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୌନାଙ୍ଗ କାଟି ବୃଦ୍ଧ ଗୁରୁତର,ଜିଲ୍ଲା ମେଡ଼ିକାଲ ସ୍ଥାନାନ୍ତରିତ।

Kalahandi/17/10
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମ ର ଜୈନିକ ମାନସିକ ବିକାର ଗ୍ରସ୍ତ ବୃଦ୍ଧ ଶ୍ରୀପତି ନାଏକ(୬୫) ଆଜି ପାହାନ୍ତାରୁ ନିଜ ଯୌନାଙ୍ଗ କୁ କୌଣସି ଧାରୁଆ ଅସ୍ତ୍ର ରେ କାଟିବା ଫଳରେ ରକ୍ତସ୍ରାବ ହୋଇ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧ ଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଗ୍ରାମବାସୀ ଙ୍କ କହିବା ମତେ ଦୀର୍ଘବର୍ଷ ହେବ ବୃଦ୍ଧ ମାନସିକ ବିକାର ଗ୍ରସ୍ତ ରୋଗୀ ଅଟନ୍ତି। ତେବେ ବୃଦ୍ଧ ଜଣକ ନିଜ ଯୌନାଙ୍ଗ କୁ କାହିଁକି ଧାରୁଆ ଅସ୍ତ୍ର ରେ କାଟିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories