Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ମା ମାହେଶ୍ୱରୀ ଙ୍କ ସ୍ନାନଯାତ୍ରା ସହିତ ଭାଇ ଜିଉଁନ୍ତିଆ ପର୍ବ ଅନୁଷ୍ଠିତ

ବୀରମହାରାଜପୁର : ମା ମାହେଶ୍ୱରୀ ଙ୍କ ସ୍ନାନଯାତ୍ରା ବହୁ ଆଡ଼ମ୍ବର ରେ ରବିବାର ଅନୁଷ୍ଠିତ ହୋଇଯାଇଛି l ପରମ୍ପରା ଅନୁଯାୟୀ, ଆଶ୍ଵିନ ମାସର ମୂଳାଷ୍ଟମୀ ତିଥିଠାରୁ ମାଆଙ୍କର ଏହି ବିଶେଷ ସ୍ନାନଯାତ୍ରା ଆରମ୍ଭ ହୋଇଥାଏ l ଏହି ଯାତ୍ରାରେ ମାଆଙ୍କର ସ୍ଵତନ୍ତ୍ର ଆଳତି, ଚଣ୍ଡୀପାଠ ଏବଂ ପାରମ୍ପରିକ ବାଦ୍ୟର ତାଳେ ତାଳେ ଘଟ ଯାତ୍ରା ଆଦି ଅନୁଷ୍ଠିତ ହୋଇଥାଏ l ବୀରମହାରାଜପୁର ସଦର ଉଫୁଲା ସମେତ ହିଲୁଙ୍ଗ, ମେଣ୍ଡାମାଲ, ଶଣ୍ଢା, ବାଗବର, ଦେଉଳମୁଣ୍ଡା ଗାଁ ରେ ଗତକାଲି ମା ମାହେଶ୍ୱରୀ ଭକ୍ତ ଙ୍କୁ ଦର୍ଶନ ଦେବା ଓ ସ୍ନାନ ଯାତ୍ରା ପାଇଁ ମନ୍ଦିର ରୁ ବାହାରିଥିଲେ l ବିଭିନ୍ନ ଶକ୍ତିପିଠ ରୁ ମା ଙ୍କ ବିଶାଳ ଶୋଭାଯାତ୍ରା ବାହାରିଥିଲା l ଢୋଲ, ନିଶାଣ,ମୁହୁରି, ଘଣ୍ଟ, ଶଙ୍ଖ ଓ ଡିଜେ ତଳେ ତଳେ ପାରମ୍ପରିକ ବାଡ଼ି ଖେଳ, ଡିଜେ ତଳେ ତଳେ ଯୁବକ ଙ୍କ ନୃତ୍ୟ ସହ ଶତଧିକ ଭକ୍ତ ସାମିଲ ହୋଇଥିଲେ l ଉଫୁଲା, ମେଣ୍ଡାମାଲ ଓ ହିଲୁଙ୍ଗ ରୁ ମାହେଶ୍ୱରୀ ଙ୍କ ପଟୁଆର ବାହାରି ମୁଖ୍ୟ ଛକ ଠାରେ ଏକତ୍ରିତ ହୋଇ ପାରମ୍ପରିକ ବାଡ଼ି ଖେଳ ନୃତ୍ୟ ପ୍ରଦର୍ଶନ କରିଥିଲେ l ସେହିପରି ବାଗବାର, ଷଣ୍ଢl ଓ ଦେଉଳମୁଣ୍ଡl ରେ ମଧ୍ୟ ଦେଉଳମୁଣ୍ଡା ଗ୍ରାମ ଦେଇ ମହାନଦୀ ଙ୍କୁ ସ୍ନାନ ପାଇ ଯାଇ ଥିଲେ l ମାହେଶ୍ଵରୀ ଙ୍କ ସ୍ନାନ ଯାତ୍ରା ପରେ ଝିଅ, ବୋହୂ ମାନେ ଓପାସରେ ରହି କାଷ୍ଠା ଓ ନିଷ୍ଠାର ସହିତ ଭାଇ ମାନଙ୍କ ପାଇଁ ଜିଉଁନ୍ତିଆ ପାଳନ କରିଥିଲେ I ଏହା ସହିତ ମୃଶୁଣ୍ଢୀ ପଞ୍ଚାୟତ କର୍ଡ଼lପାଳ ଠାରେ ମା ମେହଶ୍ବରୀ ଯାତ୍ରା ଦୀର୍ଘ ପୁଅ ଜୁତିଆ ଠାରୁ ଭାଇ ଜୁତିଆ ପର୍ଯ୍ୟନ୍ତ ଚାଲି ଥିଲା l ଏ ଥିରେ ରେ ନବାହ ପାରାୟଣ ସହ ସଂଧ୍ୟାରେ ବିଭିନ୍ନ ସଂlସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ