ଅଜଣା ଗାଡି ଦୁର୍ଘଟଣା ରେ ଯବାନ ଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ରେ ଯବାନ ଙ୍କୁ ଦିଆଯିବ ସମ୍ମାନ।
କଳାହାଣ୍ଡି,୨୨/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମ ର ସରଜୁ ଶବର (୫୫) ଭାରତୀୟ ସେନା ବାହନୀ ରେ ଜଣେ ହାବିଲଦାର ଯବାନ ଭାବେ ନାଗାଲାଣ୍ଡ ଜୋନୋଭୋଟ କ୍ୟାମ୍ପ ରେ କାର୍ଯ୍ୟରତ ଥିବା ବେଳେ କିଛିଦିନ ତଳେ ସେ ଛୁଟି ରେ ଘର କୁ ଆସିଥିଲେ। ଗୁରୁବାର କୌଣସି କାର୍ଯ୍ୟ ରେ ନିଜ ଶଶୁର ଘର ଜଳତା ମୁଣ୍ଡା ରୁ ନିଜ ଗାଁ ଚିକିଲି କୁ ସ୍କୁଟି ରେ ଫେରିବା ବାଟରେ ଏକ ପୋଲ ବୁଲାଣି ରାସ୍ତାରେ କୌଣସି ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା, ସ୍କୁଟି ରୁ ପଡି ସେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ଗୁରୁତର ଯବାନ ଙ୍କୁ କିଛି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ।ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଜଣେ କାର୍ଯ୍ୟରତ ଯବାନ ଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ରେ ପତ୍ନୀ, ଝିଅ ସମେତ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଦିବଂଗତ ଯବାନ ଦେଶସେବା ରେ ନିୟୋଜିତ ଥିବାରୁ ତାଙ୍କୁ ମରଣ ଉପରାନ୍ତ ଆସନ୍ତା କାଲି ଗାର୍ଡ ଅଫ ଅନର ରେ ଭାରତୀୟ ସେନା ପକ୍ଷରୁ ଉଚିତ ମର୍ଯ୍ୟାଦା ଓ ସମ୍ମାନ ପ୍ରଦାନ ଦିଆଯିବା ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି।

