Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଓଡ଼ିଶା ଏମଡିଏମ୍ ପାଚିକା ସହାୟିକା ସଂଘ ପକ୍ଷରୁ ୧୫ ଦଫା ଦାବିପତ୍ର ପ୍ରଦାନ।

କଳାହାଣ୍ଡି,୨୨/୧୦
ଏଆଇଟିୟୁସି ସଙ୍ଘ ସହ ବନ୍ଧିତ ନିଖିଳ ଓଡିଶା ଏମ୍ଡିଏମ୍ ପାଚିକା ସହାୟିକା ସଂଘ ର ବିକ୍ଷୋଭ ଓ ପ୍ରତିବାଦ ସଭା ଗୁରୁବାର ଅନୁଷ୍ଠିତ ହୋଇଥିଲା।କୋକସରା ବ୍ଲକ ସଦର ମହକୁମା କଲେଜ ଛକ ଠାରୁ ଶୋଭାଯାତ୍ରା ରେ ବାହାରି ଶହଶହ ପାଚିକା ନିଜ ହକ ଓ ନ୍ୟାର୍ଯ୍ୟ ଦାବି କୁ ନେଇ ନାରାବାଜି କରି ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଲୟ ପର୍ଯ୍ୟନ୍ତ ପହଞ୍ଚି ସମାବେଶ ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ରିକିରାମ ଭାଟି ଙ୍କ ସଭାପତିତ୍ୱ ରେ ପ୍ରତିବାଦ ସଭାରେ ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେର ଯୋଗଦେଇ ପାଚିକା ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଦାବି ଉପସ୍ଥାପନ ସହ ରାଜ୍ୟ ସରକାର ପାଚିକା ମାନଙ୍କୁ ଅଣଦେଖା କରୁଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ସଙ୍ଘ ର ପ୍ରମୁଖ ଦାବି ମଧ୍ୟରେ ପ୍ରତିମାସ ୧୦ ତାରିଖରେ ପାରିଶ୍ରମିକ ମିଳୁନ ଥୁବାରୁ କ୍ଷୋଭ ପ୍ରକାଶ କରିଥିଲେ । ପାଚିକା ମାନଙ୍କୁ ସର୍ବନିମ୍ନ ମଜୁରି,ସରକାରି କର୍ମଚାରିର ମାନ୍ୟତା,ଅବସର ପରେ ଆର୍ଥିକ ସହାୟତା ସହ ପେନ୍‌ସନ୍ ଲାଗୁ,ପିଲା ସଂଖ୍ୟା କମ ଯୋଗୁଁ ସ୍କୁଲ ବନ୍ଦ ଓ ପାଚିକା ଛଟେଇ ବନ୍ଦ କରିବା,ଅବସର ବୟସ ୬୨ ବର୍ଷକୁ ବୃଦ୍ଧି, ପାଚିକା ମାନଙ୍କୁ ଛୁଟିର ବ୍ୟବସ୍ତା କରିବା, ପ୍ରତିବର୍ଷ ଶାଢି ପ୍ରଦାନ,ବିମାରାଶି ୫ ଲକ୍ଷକୁ ବୃଦ୍ଧି,ନିଯୁକ୍ତି ଦିନଠାରୁ ପାଚିକା ମାନଙ୍କୁ ପାରିଶ୍ରମିକ ପ୍ରଦାନ, ପାଚିକା ସହାୟିକାଙ୍କ ନିଯୁକ୍ତି ପ୍ରଣାଳୀ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଜରିଆରେ କରିବା,ପାଚିକାଙ୍କ ଅବସର ଓ ମୃତ୍ୟୁ ପରେ ନିଜ ଉତ୍ତରାଧିକାରୀ ଙ୍କୁ ସୁଯୋଗ ଦେବା ଆଦି ୧୫ ଦଫା ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ ଭାଟି,ବିଆରସିସି ତୋଫାନ ମାଝୀ, ଏବିଇଓ ସଞ୍ଜୀବ କୁମାର ପାଢୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥି ସହ ଆଗାମି ଦିନରେ ଏସବୁ ଦାବି ପ୍ରତି ରାଜ୍ୟ ସରକାର ଦୃଷ୍ଟି ନଦେଲେ ସାରା ରାଜ୍ୟରେ ମିଳିତ ମଞ୍ଚ ଆହ୍ବାନରେ ଆନ୍ଦୋଲନ ବ୍ୟାପକ କରିବାକୁ ସଙ୍ଘ ପକ୍ଷରୁ ଚେତାଇ ଦିଆଯାଇଛି।ପାଚିକା ସଙ୍ଘ ପକ୍ଷରୁ ସବିତା ଖର୍ସେଲ,ରୁକ୍ମଣୀ ନାଗ, କୁନ୍ତଳା ନାଏକ, ଫୁଲମତି ରାଉତ, ଚନ୍ଦ୍ରକଳା ଧରୁଆ, ଅମୃତ ରାଉତ, ଶେବତୀ ନାଏକ, ଦୀପା ପଟେଲ, କୁନି ରାଉତ ପ୍ରମୁଖ ସଙ୍ଘ ର ସଦସ୍ୟା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ