Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Urban Mobility India 2026: ଭୁବନେଶ୍ୱରରେ ଆଜିଠୁ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ ସମ୍ମିଳନୀ, ସହରୀ ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଉଛି ୧୯ତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ ସମ୍ମିଳନୀ ଓ ପ୍ରଦର୍ଶନୀ। ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ସମ୍ମିଳନୀର ଉଦ୍‌ଘାଟନ କରିବେ।

‘ଅର୍ବାନ୍ ମୋବିଲିଟି ଇଣ୍ଡିଆ ୨୦୨୬’ରେ ଡିଜିଟାଲ୍ ଯୁଗରେ ସହରୀ ଯାତାୟାତକୁ ସୁଗମ କରିବା ଏବଂ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉପରେ ଆଲୋଚନା ହେବ। ଏଥିରେ ସହରାଞ୍ଚଳ ବିକାଶ ସହ ଜଡ଼ିତ ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଓ ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଯୋଗଦେବେ।

ଏହାସହ ଅକ୍ଟୋବର ୨୪ ଓ ୨୫ ତାରିଖରେ ଭୁବନେଶ୍ୱରରେ ଦ୍ୱିତୀୟ ‘ଜାତୀୟ ସହରାଞ୍ଚଳ ସମ୍ମିଳନୀ’ ଆୟୋଜନ କରାଯିବ। ଏଥିରେ ସହରୀ ବ୍ୟବସ୍ଥା, ସମସ୍ୟାର ସମାଧାନ ଓ ନାଗରିକ ସେବା ପ୍ରଦାନ ପ୍ରକ୍ରିୟାକୁ ଆହୁରି ଉନ୍ନତ କରିବା ନେଇ ବିଚାରବିମର୍ଶ ହେବ। ଏହି ଦୁଇଟି କାର୍ଯ୍ୟକ୍ରମରେ ଭାରତୀୟ ସହରଗୁଡ଼ିକର ଭବିଷ୍ୟତ ଯୋଜନା ଓ ବିକାଶ ସମ୍ପର୍କରେ ଆଲୋଚନା କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ