Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

PM Modi Odisha Visit: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଖୋର୍ଦ୍ଧାରେ ଡାଟା ସେଣ୍ଟରର କରିବେ ଉଦ୍‌ଘାଟନ

ଭୁବନେଶ୍ୱର: ଆଜି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତ ସମୟରେ ସେ ଖୋର୍ଦ୍ଧାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନୂଆ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ଅପରାହ୍ନ ୪ଟା ୧୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର ସୂଚନା ରହିଛି। ସେଠାରୁ ହେଲିକପ୍ଟରରେ ଖୋର୍ଦ୍ଧାକୁ ଯିବେ।

କାର୍ଯ୍ୟକ୍ରମ ଶେଷ କରି ସେ ସନ୍ଧ୍ୟା ୫ଟା ୫୦ରେ ସଡ଼କ ପଥରେ ଭୁବନେଶ୍ୱର ବିମାନବନ୍ଦରକୁ ଫେରିବେ। ସନ୍ଧ୍ୟା ୬ଟା ୩୫ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ତାଙ୍କ ସୁରକ୍ଷା ପାଇଁ ୫୭ ପ୍ଲାଟୁନ୍ ପୁଲିସ, ୫ କମ୍ପାନୀ CAPF ଓ ୨୦୦ ଅଧିକାରୀ ନିୟୋଜିତ ହୋଇଛନ୍ତି। ପୁଲିସ ପକ୍ଷରୁ କାରକେଡ୍ ରିହର୍ସାଲ୍ ମଧ୍ୟ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ