Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhutan GLOF Alert: ହିମବାହ ହ୍ରଦରୁ ହଠାତ୍ ବନ୍ୟା ଆଶଙ୍କା, ଉତ୍ତରବଙ୍ଗ ଓ ଆସାମର ୬ ଜିଲ୍ଲାକୁ ସତର୍କତା

ନୂଆଦିଲ୍ଲୀ: ଭୁଟାନର ଗାସା ଜିଲ୍ଲାର ଶିନ୍ତାଫୁ ହ୍ରଦରେ ହିମବାହ ହ୍ରଦ ଜଳ ଉଦ୍‌ଗମ ବନ୍ୟା (GLOF) ଘଟିଥିବା ଖବର ପରେ ଭାରତର ଉତ୍ତରବଙ୍ଗ ଓ ଆସାମରେ ବନ୍ୟା ଆଶଙ୍କା ବଢ଼ିଛି। ଏହାକୁ ନେଇ କେନ୍ଦ୍ର ପକ୍ଷରୁ ବିଶେଷ ସତର୍କ ସୂଚନା ଜାରି ହୋଇଛି। ସଙ୍କୋଶ ନଦୀର ଜଳସ୍ତର ହଠାତ୍ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଏହି ସତର୍କତା ଉତ୍ତରବଙ୍ଗର ଆଲିପୁରଦ୍ୱାର, ଜଲପାଇଗୁଡ଼ି, କୋଚବିହାର ଓ ଦାର୍ଜିଲିଂ ଜିଲ୍ଲା ସହ ଆସାମର ଧୁବ୍ରୀ ଜିଲ୍ଲା ପାଇଁ ଜାରି କରାଯାଇଛି। ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।

ଅନ୍ୟପଟେ, ନଦୀର ଜଳସ୍ତର ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ଭୁଟାନରୁ ଆସୁଥିବା ଜଳର ପ୍ରଭାବ ଭାରତର ତଳିଆ ଅଞ୍ଚଳରେ କେତେ ପଡ଼ିବ, ତାହା ଆକଳନ କରାଯାଉଛି। ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories