Russia-Ukraine War: ଚାକିରି ଆଶାରେ ରୁଷ୍ ଯାଇଥିବା ଛତିଶଗଡ଼ ଯୁବକଙ୍କୁ ୟୁକ୍ରେନ ଯୁଦ୍ଧରେ ସାମିଲ ହେବାକୁ ବାଧ୍ୟ କରୁଥିବା ଅଭିଯୋଗ, ଭାଇଙ୍କୁ ଫେରାଇ ଆଣିବାକୁ ଭଉଣୀଙ୍କ ନିବେଦନ
ଛତିଶଗଡ଼: ରୁଷ୍ରେ ଚାକିରି କରିବାକୁ ଯାଇଥିବା ଛତିଶଗଡ଼ର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଅଟକ ରଖି ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ତାଙ୍କୁ ୟୁକ୍ରେନ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ସାମିଲ ହେବାକୁ ବାଧ୍ୟ କରାଯାଉଥିବା ତାଙ୍କ ୧୭ ବର୍ଷୀୟ ଭଉଣୀ ଅଭିଯୋଗ କରିଛନ୍ତି। ଭାଇଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ପାଇଁ ସେ ବିଳାସପୁର ସ୍ଥାନୀୟ ପୋଲିସର ସହାୟତା ଲୋଡ଼ିଛନ୍ତି।
ଅଭିଯୋଗ ଅନୁସାରେ, ବିଳାସପୁର ଜିଲ୍ଲାର ବିଲହା ଅଞ୍ଚଳର ବିନୀତ କୁମାର ଦୁବେ ଅକ୍ଟୋବର ୧ ତାରିଖରେ ରୁଷ୍ ଯାଇଥିଲେ। ଟେଲିଗ୍ରାମ୍ର ଏକ ଗ୍ରୁପ୍ ମାଧ୍ୟମରେ ତାଙ୍କୁ ଚାକିରିର ପ୍ରସ୍ତାବ ମିଳିଥିଲା। ଏହି ପ୍ରସ୍ତାବ ଉପରେ ଭରସା କରି ସେ ରୁଷ୍ ଯାତ୍ରା କରିଥିବା ତାଙ୍କ ଭଉଣୀ କହିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ଅଟକ ରଖାଯାଇଥିବା ଓ ଯୁଦ୍ଧରେ ଯୋଗଦେବାକୁ ଚାପ ପକାଯାଉଥିବା ସେ ଦାବି କରିଛନ୍ତି।
ଭାଇଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଭଉଣୀ ଏବେ ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ପ୍ରଶାସନର ସହାୟତା ଅପେକ୍ଷାରେ ଅଛନ୍ତି। ତେବେ ବିନୀତଙ୍କୁ କେଉଁଠାରେ ରଖାଯାଇଛି ଏବଂ ତାଙ୍କ ସହ କ’ଣ ଘଟିଛି, ସେ ସମ୍ପର୍କରେ ଅଧିକାରିକ ସୂଚନା ଏଯାଏଁ ସାମ୍ନାକୁ ଆସିନାହିଁ।

