Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Badrinath Helicopter Missing: ଉତ୍ତରାଖଣ୍ଡର ଜୋଶୀମଠ ନିକଟରେ ୬ ଜଣଙ୍କୁ ନେଇ ଫେରୁଥିବା ହେଲିକପ୍ଟର ନିଖୋଜ, ଚାଲିଛି ଉଦ୍ଧାର ଅଭିଯାନ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବଦ୍ରିନାଥରୁ ଫେରୁଥିବା ଏକ ହେଲିକପ୍ଟର ନିଖୋଜ ହୋଇଯାଇଛି। ହେଲିକପ୍ଟରରେ ପାଇଲଟ୍‌ଙ୍କ ସମେତ ୬ ଜଣ ଥିବା ସୂଚନା ମିଳିଛି। ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍‌ରେ ହେଲିକପ୍ଟରଟି ବଦ୍ରିନାଥରୁ ଉଡ଼ାଣ ଆରମ୍ଭ କରିଥିଲା। ସେହି ସମୟରେ ଅଞ୍ଚଳରେ ତୁଷାରପାତ ହେଉଥିଲା। ଜୋଶୀମଠ-ବଦ୍ରିନାଥ ରାସ୍ତାରେ ହାଥୀ ପର୍ବତ ନିକଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି।

ଘଟଣା ପରେ ନିଖୋଜ ହେଲିକପ୍ଟରର ସନ୍ଧାନ ପାଇଁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟର ଉଦ୍ଧାରକାରୀ ଦଳ, ପୋଲିସ, ସେନା ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍‌କୁ ଘଟଣାସ୍ଥଳକୁ ପଠାଯାଇଛି। ଜୋଶୀମଠର ଉପଜିଲ୍ଲାପାଳ ଚନ୍ଦ୍ରଶେଖର ବଶିଷ୍ଠ କହିଛନ୍ତି ଯେ, ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସମ୍ଭାବନା ରହିଛି। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଉଦ୍ଧାର ଅଭିଯାନରେ ସେନା, SDRF, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ସାମିଲ ହୋଇଛନ୍ତି। ଉପଜିଲ୍ଲାପାଳ ନିଜେ ମଧ୍ୟ ଘଟଣାସ୍ଥଳକୁ ଯାଉଥିବା କହିଛନ୍ତି। ହେଲିକପ୍ଟରରେ ଥିବା ୬ ଜଣଙ୍କ ସ୍ଥିତି ଏବଂ ନିଖୋଜ ହେବାର କାରଣ ସମ୍ପର୍କରେ ଉଦ୍ଧାର ଅଭିଯାନ ପରେ ଅଧିକ ତଥ୍ୟ ମିଳିପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories