Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Manisha Bhanwala Gold: ୩୯ ବର୍ଷ ପରେ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ରେ ଭାରତକୁ ସ୍ୱର୍ଣ୍ଣ ଦେଲେ ମନୀଷା

ନୂଆଦିଲ୍ଲୀ: କାଜାଖସ୍ତାନର ଆସ୍ତାନାରେ ଆୟୋଜିତ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଭାରତୀୟ ମହିଳା କୁସ୍ତିଯୋଦ୍ଧା Manisha Bhanwala । ୫୯ କିଲୋଗ୍ରାମ ବର୍ଗର ଫାଇନାଲ୍‌ରେ ସେ ଆମେରିକାର ଏବିଗେଲ୍‌ ଏଲିଜାବେଥ୍‌ ନେଟ୍‌ଙ୍କୁ ୮-୬ ପଏଣ୍ଟରେ ପରାସ୍ତ କରିଛନ୍ତି। ଏହି ବିଜୟ ସହ ୩୯ ବର୍ଷ ପରେ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ଜିତିଥିବା ଭାରତର ପ୍ରଥମ ମହିଳା କୁସ୍ତିଯୋଦ୍ଧା ହୋଇଛନ୍ତି ମନୀଷା।

ମନୀଷାଙ୍କ ଏହି ସଫଳତା ପଛରେ ରହିଛି ସଂଘର୍ଷର କାହାଣୀ। ପ୍ରାୟ ୪ ବର୍ଷ ପୂର୍ବେ ସେ ନିଜ ବାପା ସୁରେଶଙ୍କୁ ହରାଇଥିଲେ। ବାପା ହିଁ ତାଙ୍କୁ କୁସ୍ତି ଖେଳିବାକୁ ପ୍ରେରଣା ଦେଇଥିଲେ ଏବଂ ଖେଳ ପ୍ରତି ଆଗ୍ରହ ବଢ଼ାଇଥିଲେ। ତାଙ୍କୁ ହରାଇବା ପରେ ମଧ୍ୟ ମନୀଷା ନିଜ ଖେଳ ଜାରି ରଖିଥିଲେ।

ବାପାଙ୍କ ଦେଇଥିବା ପ୍ରେରଣାକୁ ମନେ ରଖି ମନୀଷା କଠିନ ପରିଶ୍ରମ ଓ ଅନେକ ବାଧାବିଘ୍ନ ମଧ୍ୟରେ ନିଜ ଲକ୍ଷ୍ୟ ଦିଗରେ ଆଗେଇଥିଲେ। ଶେଷରେ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ଜିତି ସେ ନିଜ ସ୍ୱପ୍ନ ପୂରଣ କରିଛନ୍ତି। ତାଙ୍କର ଏହି ସଫଳତା ଭାରତୀୟ କୁସ୍ତି ଜଗତ ପାଇଁ ଏକ ଉଲ୍ଲେଖନୀୟ ଉପଲବ୍ଧି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories